ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଲ ତାର ଅପକମିଂ iphone 12 ସିରିଜ୍ ବହୁତ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । ପୂର୍ବରୁ ଏହାର ଦାମ୍ ଏବଂ ଫିଚର୍ସ ଖୁଲାସା ହୋଇଛି । ରିପୋର୍ଟ ମୁତାବକ, iphone 12 ସିରିଜ୍ ଭଳି ଚାରୋଟି ନୂତନ ମଡେଲ ଲଞ୍ଚ କରାଯିବ । ରିପୋର୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି ଆଇଫୋନ୍ ଦାମ ରେ ପାଖାପାଖି ୩୬୮୦ ଟଙ୍କା ବୃଦ୍ଧିଯାଇଛି । ସେହିଭଳି iphone 12 ସିରିଜ୍ ର ଦାମ ଆଶାଠାରୁ ଅଧିକ ହୋଇପାରେ ।
ଋିପୋର୍ଟ ମୁତାବକ, iphone 12 ସିରିଜ୍ ର ଯେକୌଣସି ଫୋନକୁ କିଣିବା ଦ୍ୱାରା ଚାର୍ଜର ,ଏବଂ ଇୟରଫୋନ ମିଳିବ ନାହିଁ । ଗ୍ରାହକଙ୍କୁ ୨୦ ଡବ୍ଲ୍ୟ ଚାର୍ଜର ଅଲଗା ନେବାକୁ ପଡିବ ।
ଆପଲ ବିଶେଷଜ୍ଞ ଜନ୍ ପ୍ରୋଜର ତରଫରୁ ଦାବି କରାଯାଇଛି କି ଅପକମିଂ ୫.୪ ଇଞ୍ଚ ବିଶିଷ୍ଟ iphone 12 ର ପ୍ରାରମ୍ଭିକ ଦର ୬୪୯ ଡଲାର ହୋଇ ପାରିବ । ଏହାବ୍ୟତିତ ୬.୧ ଇଞ୍ଚ ବିଶିଷ୍ଟ ଆଇଫୋନ ୧୨ ର ଦାମ ୬୪୯ ଡଲାର ହୋଇପାରେ । ଏହାବ୍ୟତିତ ୬.୧ ଇଞ୍ଚ ବିଶିଷ୍ଟ ଆଇଫୋନ ୧୨ ର ଦାମ ୭୪୯ ଡଲାର । ସେହିପରି ୫.୪ ଇଞ୍ଚ ଏବଂ ୬.୧ ଇଞ୍ଚ ବିଶିଷ୍ଟ ଆଇଫୋନ୍ ୧୨ ୫ ଜି କନେକ୍ଟଟିଭ ସହିତ ଲଞ୍ଚ ହେବ ।
ଆଇଫୋନ ୧୨ ପ୍ରୋ ମଡେଲକୁ ୯୯୯ ସହିତ ଲଞ୍ଚ କରାଯିବ । ସେହିପରି ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ କୁ ୧୦୯୯ ଡଲାର ସହିତ ବଜାରରକୁ ଛଡାଯିବ । ଦୁଇଟି ଫୋନ ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ ।