ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହାଫଳରେ ଏବେ ଇଲେକ୍ଟ୍ରିକ ଗାଡିର ଚାହିଦା ଅଧିକ ଦେଖିବାକୁ ମିଳୁଛି । ଲଗାତର ଭାବେ ଇଲେକ୍ଟ୍ରିକ ସେଗମେଣ୍ଟରେ ନୂଆ ନୂଆ ଷ୍ଟାଟଅପ୍ ମାର୍କେଟକୁ ଆସୁଛି । ସେହିପରି ଏବେ ମାର୍କେଟରେ ଏଣ୍ଟ୍ରି କରିଛି ଏକ ନୂତନ ଷ୍ଟାର୍ଟଅପ୍ କବିରା ମୋବିଲିଟି । କମ୍ପାନୀ ତାର ନୂତନ ଇଲେକ୍ଟ୍ରିକ ବାଇକ୍ କେଏମ୩୦୦୦ ଏବଂ କେଏମ୪୦୦୦ ବଜାରରେ ଲଞ୍ଚ କରିଛି । ଯାହାର ଦାମ୍ ୧,୨୬,୯୯୦ ଏବଂ ୧,୩୬,୯୯୦ ଟଙ୍କା ରହିଛି । କେଏମ୩୦୦୦ ଏକ ସ୍ପୋର୍ଟସ ବାଇକ ହୋଇଥିବା ବେଳେ କେଏମ୪୦୦୦ ଏକ ଷ୍ଟ୍ରିଟ ଫାଇଟର । ଏହି ଦୁଇଟି ବାଇକ୍ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ ।
କେଏମ୩୦୦୦ ଏବଂ କେଏମ୪୦୦୦ ରେ ତିନୋଟି ରାଇଡିଙ୍ଗ ମୋଡସ ଦିଆଯାଇଛି । ଯେଉଁଥିରେ ଇକୋ, ରାଇଡ ଏବଂ ସ୍ପୋର୍ଟସ ମୋଡ ସାମିଲ ଅଛି ।କମ୍ପାନୀ ପକ୍ଷରୁ ଦାବି କରାଯାଇଛି କି ଏହି ବାଇକ ଘଣ୍ଟା ପ୍ରତି ୧୦୦ କି.ମି ଗତିରେ ଦୌଡିବ । ଏହି ବାଇକରେ ଦିଆଯାଇଥିବା ଇକୋ ମୋଡ ରେ ଏହି ବାଇକ ସିଙ୍ଗଲ ଚାର୍ଜରେ ୧୨୦ କିମି ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ବାଇକ୍ ଟି ସାଢେ ୬ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଇଥାଏ । ସେହିପରି ବୁଷ୍ଟ ମୋଡରେ ୫୦ ମିିନିଟ୍ ରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ ।
କେଏମ୪୦୦୦ ରେ ୪.୪ କେଡବ୍ଲ୍ୟୁଏଚ ଲି-ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଛି । ଏହା ଘଣ୍ଟା ପ୍ରତି ସ୍ପିଡ ୧୨୦ କିମି ବେଗରେ ଦୌଡିବ । ଏହି ବାଇକ ଇକୋ ମୋଡରେ ୧୫୦ କିମି ରେଞ୍ଜ ଦେଇଥାଏ ।
ଏହି ଦୁଇଟି ବାଇକ୍ ର ବୁକିଂ ଫେବୃଆରୀ ୨୦ ରୁ ଆରମ୍ଭ ହେବ । ଏହାକୁ କମ୍ପାନୀ ପ୍ରଥମେ ୯ଟି ସହରରେ ସେଲ କରିବ । ଏଥିରେ ଦିଲ୍ଲୀ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ , ଗୋଆ, ଏବଂ ଧାରୱାଡ ସାମିଲ ଅଛି ।