ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଏକାସଙ୍ଗରେ ତିନୋଟି ଟ୍ୟାବଲେଟ ଲଞ୍ଚ କରିଛି ଲାଭା । ଏହାକୁ ଖାସ୍ କରି ଛାତ୍ରଛାତ୍ରୀଙ୍କ ପାଇଁ ବଜାରକୁ ଅଣାଯାଇଛି । ଏହାସହିତ କମ୍ପାନୀ ଏହାକୁ ଇ-ଏଜୁକେସନ ସିରିଜ୍ ଅନୁଯାୟୀ ଉପଲବ୍ଧ କରିବ । ଲାଭାର ଏହି ଲ୍ୟାବଲେଟର ପ୍ରାରମ୍ଭିକ ଦର ୭୩୯୯ ଟଙ୍କା ରହିଛି । ସବୁଠାରୁ ଖାସ୍ କଥା ହେଉଛି ସମସ୍ତ ଟ୍ୟାବ, ୱାଇଫାଇ ଏଫଆଇ+୪ଜି ସପୋର୍ଟ କରୁଛି ଏବଂ ସର୍ବପ୍ରଥମେ ଏହାକୁ ବିକ୍ରି ପାଇଁ ଫ୍ଲିପକାର୍ଟରେ ଉପଲବ୍ଧ କରାଯିବ ।
ଲାଭା ମ୍ୟାଗନମ ଏକ୍ସଏଲ ର ଦାମ ୧୫,୪୯୯ ଟଙ୍କା ରଖାଯାଇଛି ଏବଂ ଫ୍ଲିପକାର୍ଟରେ ଏହା ୧୧, ୯୯୯ ଟଙ୍କା ଆପଣ କିଣିପାରିବେ । ଏହାର ସ୍ପେସିଫିକେସନ କଥା ଯଦି କହିବା ତେବେ ୧୦.୧ ଇଂଚର ଆଇପିଏସ ଡିସପ୍ଲେ, ୨ ଜିବି ର୍ୟାମ, ୩୨ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଥିବା ବେଳେ ୫ଏମପି ରିୟର କ୍ୟାମେର. ୨ଏମପି ଫ୍ରଣ୍ଟ କ୍ୟାମେରା ଏବଂ ୬୧୦୦ ଏମଏଏଚ ବ୍ୟୃାଟେରୀ ଦିଆଯାଇଛି ।
ସେହିପରି ଲାଭା ଅରା ର ଦାମ ୧୨,୯୯୯ ଟଙ୍କା ରଖାଯାଇଛି ଏବଂ ଫ୍ଲିପକାର୍ଟରେ ଆପଣ ୯,୯୯୯ ଟଙ୍କାରେ କିଣିପାରିବେ । ଏଥିରେ ୮ ଇଂଚର ଆପିଏସ ଡିସପ୍ଲେ, ୨ ଜିବି ର୍ୟାମ, ୩୨ ଜିବି ଇଂଟରନାଲ ଷ୍ଟୋରେଜ, ୮ଏମପିର ରିୟର କ୍ୟାମେରା, ୫ ଏମପିର ଫ୍ରଣ୍ଟ କ୍ୟାମେରା ଏବଂ ୫୧୦୦ଏମଏମଏଚର ବ୍ୟାଟେରୀ ଦିଆଯାଇଛି ।
ଅନ୍ୟପଟେ ଲାଭା ଆଇଭରୀ ର ଦାମ୍ ୯୪୯୯ ଟଙ୍କା ରଖାଯାଇଛି ଏବଂ ଫ୍ଲିକକାର୍ଟରେ ଆପଣ ୭୩୯୯ ରେ କିଣିପାରିବେ । ଏହାର ସ୍ପେସିଫିକେସନରେ ୭ ଇଂଚ ର ଡିସପ୍ଲେ, ୨ଜିବି ର୍ୟାମ, ୧୬ଜିବି ଇଂଟରନାଲ ଷ୍ଟୋରେଜ, ୫ଏମପି ରିୟର କ୍ୟାମେରା, ୨ ଏମପି ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।