ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଫେଷ୍ଟିଭାଲ ସିଜିନ୍ ସେଲ । ଏହି ଅବସରରେ ଭାରତରେ ଏଲଜି ଇଲେକ୍ଟ୍ରୋନିକ୍ସ ଏକାସଙ୍ଗରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ତିନୋଟି ଫୋନକୁ ଏଲଜି ଡବ୍ଲ୍ୟୁ୧୧, ଏଲଜି ଡବ୍ଲ୍ୟୁ୩୧ ଏବଂ ଏଲଜି ଡବ୍ଲ୍ୟୁ ୩୧ପ୍ଲସ ସେଗମେଣ୍ଟ ରେ ଲଞ୍ଚ କରିଛି କମ୍ପାନୀ । ସେହିପରି ଏହି ତିନୋଟି ଫୋନର ଦାମ ୯ ହଜାର ୪୯୦, ୧୦ ହଜାର ୯୯୦ ଏବଂ ୧୧ ହଜାର ୯୯୦ ରଖାଯାଇଛି ।
କମ୍ପାନୀର କହିବାନୁଯାୟୀ, ଏହି ନୂତନ ସ୍ମାର୍ଟଫୋନରେ ଦମଦାର କ୍ୟାମେରା , ବ୍ୟାଟେରୀ ଏବଂ ଡିସପ୍ଲେ ଦିଆଯାଇଛି । ଏହି ତିନୋଟି ଫୋନ୍ ର କେବଳ ବ୍ଲାକ କଲର ଉପଲବ୍ଧ ରହିଛି ।
ଆସନ୍ତୁ ଜାଣିବା ଏହି ତିନୋଟି ଫୋନର କଣ ରହିଛି ସ୍ପେଶିଫିକେସନ:
– ଏହି ୩ଟି ଫୋନରେ ୬,୫୨ ଇଞ୍ଚର ଫୁଲଭିଜନ ଡିସପ୍ଲେ ସହିତ ବଜାରରେ ଲଞ୍ଚ କରାଯାଇଛି ଏବଂ ଏଥିରେ ୪୦୦୦ ଏମଏଏଚ ର ବ୍ୟାଟେରୀ ଦିଆଯାଇଛି ।
– ଆଣ୍ଡ୍ରୋଏଡ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରୁଥିବା ଫୋନ୍ସରେ ୨ଜିଏଚଜେଡ ଅକ୍ଟାକୋର ପ୍ରୋସେସର ଦିଆଯାଇଛି ।
– ଏଲଜି ଡବ୍ଲ୍ୟୁ ୧୧ ରେ ୩ ଜିବି ର୍ୟାମ ଏବଂ ୩୨ ଜିବି ର ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ସେହିପରି ଏଲଜି ଡବ୍ଲ୍ୟୁ ୩୧ ରେ ୪ ଜିବି ର୍ୟାମ ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି । ଏହାବ୍ୟତିତ ଏଲଜି ଡବ୍ଲ୍ୟୁ ୩୧ ପ୍ଲସରେ ୪ ଜିବି ର୍ୟାମ ଏବଂ ୧୨୮ ଜିବି ର ଇଂଟରନାଲ ଷ୍ଟୋରେଜ ଦିଆଯାଇଛି ।
– ତିନୋଟି ଫୋନରେ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
– ସେହିପରି ଯଦି କ୍ୟାମେରା ସେଟଅପ କଥା କହିବା ତେବେ ଏଲଜି ଡବ୍ଲ୍ୟୁ୧୧ ରେ ୧୩ ମେଗାପିକ୍ସଲ ପ୍ରାଇମେରୀ ଏବଂ ୨ ମେଗାପିକ୍ସଲ ସେକେଣ୍ଡାରୀ ସେଂସର ବିଶିଷ୍ଟ ଡୁଆଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଏଲଜି ଡବ୍ଲ୍ୟୁ ୩୧ ଏବଂ ୩୧ ପ୍ଲସ ରେ ୧୩ ମେଗାପିକ୍ସଲ ପ୍ରାଇମେରୀ ସେଂସର, ୨ ମେଗାପିକ୍ସଲ ଡେପ୍ଥ ସେଂସର ଏବଂ ୫ ମେଗାପିକ୍ସଲ ସୁପର ୱାଇଡ ଆଙ୍ଗେଲ ଲେଂସ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି ।