ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାସ ଆରମ୍ଭରୁ ମହଙ୍ଗା ମାଡ । ବଢିଲା ଏଲପିଜି ସିଲିଣ୍ଡର ଦାମ । ଅଣ ସବସିଡ୍ ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ଦାମରେ ୨୫ ଟଙ୍କା ବୃଦ୍ଧିି ହୋଇଛି । ଦାମ୍ ବୃଦ୍ଧି ହେବା ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ଦାମ ୮୮୪.୫୦ ଟଙ୍କା ହୋଇ ଯାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ ରେ ସିଲ୍ିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା ।
ଏବେ ଦିଲ୍ଲୀ-ମୁମ୍ବାଇ ରେ ସିଲିଣ୍ଡରର ଦାମ ୮୮୪.୫ ଟଙ୍କା, କୋଲକାତାରେ ୯୧୧ ଟଙ୍କା ଏବଂ ଚେନ୍ନାଇରେ ୯୦୦.୫ ଟଙ୍କା ହୋଇଛି । ଏହା ପୂର୍ବରୁ ସିଲିଣ୍ଡରର କ୍ରମଶଃ ୮୫୯.୫ ଟଙ୍କା, ୮୮୬ ଟଙ୍କା ଏବଂ ୮୭୫ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ୧୯ କିଲୋଗ୍ରାମ ବିଶିଷ୍ଟ କର୍ମଶିଆଲ ସିଲିଣ୍ଡରର ଦାମ୍ ମଧ୍ୟ ମହଙ୍ଗା ହୋଇଛି । ଦିଲ୍ଲୀରେ କର୍ମଶିଆଲ ସିଲିଣ୍ଡରର ଦାମ ୧୬୧୮ ବଦଳରେ ୧୬୯୩ ଟଙ୍କା ହୋଇଛି ।