ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତି ଭରା ଖବର । ଆଜିଠାରୁ ୧୯ କିଲୋଗ୍ରାମ ଏବଂ ୧୪ କିଲୋଗ୍ରାମର ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । ପ୍ରତ୍ୟେକ ମାସ ଆରମ୍ଭରେ ତେଲ କମ୍ପାନୀ ପକ୍ଷରୁ ଏଲପିଜି ସିଲିଣ୍ଡରର ଦର ଉପରେ ସମୀକ୍ଷା କରାଯାଇଥାଏ । ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ହୋଇଥିବାରୁ ସେହିନୁଯାୟୀ ଏଲପିଜି ଦର ନିର୍ଦ୍ଧାରିତ ହୋଇଥାଏ ।
ରିପୋର୍ଟ ମୁତାବକ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ବିନା ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡରରେ ୧୬୨.୫୦ ଟଙ୍କା ହ୍ରାସ ହୋଇଛି । ସେହିଅନୁଯାୟୀ ସିଲିଣ୍ଡରର ଦାମ ୭୪୪ ଟଙ୍କାରୁ ହ୍ରାସ ହୋଇ ୫୮୧.୫୦ ଟଙ୍କା ହୋଇଯାଇଛି ।
ସେହିପରି ମୁମ୍ବାଇରେ ଏଲପିଜି ସିଲିଣ୍ଡରର ଦାମ ୫୭୯ ହୋଇଯାଇଛି, ଏହାପୂର୍ବରୁ ଏହାର ଦାମ୍ ୭୧୪.୫୦ ଟଙ୍କା ଥିଲା । କୋଲକାତାରେ ସିଲିଣ୍ଡର ଦରରେ ୧୯୦ ଟଙ୍କା ହ୍ରାସ ହୋଇଛି । ସେହିଅନୁଯାୟୀ କୋଲକାତାରେ ସିଲିଣ୍ଡରର ଦାମ୍ ୫୮୪.୫୦ ହୋଇଯାଇଛି । ଅନ୍ୟପଟେ ଚେନ୍ନାଇରେ ଏଲପିଜି ସିଲିଣ୍ଡର ୫୬୯.୫୦ ଟଙ୍କା ହୋଇଯାଇଛି ।
ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରରେ ୨୫୬ ଟଙ୍କା ହ୍ରାସ ହୋଇଛି । ଏହାପରେ ଏହାର ଦାମ୍ ୧୦୨୯.୫୦ ଯଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୨୮୫.୫୦ ଟଙ୍କା ଥିଲା । ସେହିପରି ଦାମ୍ ହ୍ରାସ ହେବା ପରେ ମୁମ୍ବାଇରେ୯୭୮ , କୋଲକାତାରେ ୧୦୮, ଚେନ୍ନାଇରେ ୧୧୪୪.୫୦ ଟଙ୍କା ହୋଇ ଯାଇଛି ।
ଆଇଓସି ପକ୍ଷରୁ କୁହାଯାଇଛି କି, ଏବେ ୧୫ ଦିନ ମଧ୍ୟରେ ହିଁ ଗ୍ରାହକ ଦ୍ୱିତୀୟ ଥର ରନ୍ଧନ ଗ୍ୟାସ ବୁକ୍ିଂ କରି ପାରିବେ ।