ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୧ ର ପ୍ରଥମ ୫ଜି ସ୍ମାର୍ଟଫୋନ ଏମଆଇ ୧୦ଆଇ ଲଞ୍ଚ କଲା ସାଓମି ଇଣ୍ଡିଆ । ଏମଆଇ ୧୦ଆଇ ରେ ଆଇ ର ଅର୍ଥ ହେଉଛି ଇଣ୍ଡିଆ ।
ଏନେଇ ସାଓମି କହିଛି, ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ଏମଆଇ ୧୦ଆଇ କୁ ଡିଜାଇନ୍ କରାଯାଇଛି । ଏହା ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ସ୍ମାର୍ଟଫୋନ୍ । ଯେଉଁଥିରେ ୧୦୮ ମେଗାପିକ୍ସଲର ସାମସଙ୍ଗ ଏଚଏମ୨ ସେନ୍ସର ଦିଆଯାଇଛି ।
ଏମଆଇ ୧୦ଆଇ ର ୬ ଜିବି ର୍ୟାମ ଏବଂ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୨୦ ହଜାର ୯୯୯ ରହିଥିବା ବେଳେ ୬ ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୨୧ ହଜାର ୯୯୯ ଟଙ୍କା ରହିଛି । ସେହିପରି ୮ ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୨୩ ହଜାର ୯୯୯ ଟଙ୍କା ରହିଛି । ଏମଆଇର ସାଇଟ୍, ଏମଆଇ ଷ୍ଟୋର ଏବଂ ଆମାଜନ ଇଣ୍ଡିଆରୁ ଜାନୁଆରୀ ୭ରୁ ବିକ୍ରି ଆରମ୍ଭ ହେବ । ସେହିପରି ଜାନୁଆରୀ ୮ ରୁ ଏହି ଫୋନର ଓପେନ ସେଲ ଆରମ୍ଭ ହେବ ।
ଅନ୍ୟପଟେ ଯଦି ଆମେ ଏହି ଫୋନ୍ ର ସ୍ପେସିଫିକେସନ ବିଷୟରେ କହିବା ତେବେ ଏଥିରେ ଆଣ୍ଡ୍ରୋଏଡ ୧୦ ଆଧାରିତ ଏମଆଇୟୁଆଇ୧୨ ଦିଆଯାଇଛି । ଏହାବ୍ୟତିତ ଫୋନରେ ୬.୬୭ ଇଞ୍ଚ ର ଫୁଲ ଏଚଡି ଡିସପ୍ଲେ ରହିଛି, ଯାହାର ରିଜଲ୍ୟୁଶନ ୧୦୮୦ଞ୍ଚ୨୪୦୦ । ଡିସପ୍ଲେ ସହିତ ୱାଟର ଡ୍ରପ ନଚ୍ ରହିଛି ଏବଂ ରିଫ୍ରେସ ରେଟ ୧୨୦ଏଚଜେଡ । ଏଚଡିଆର ଏବଂ ଏଚଡିଆର ୧୦ପ୍ଲସ ସପୋର୍ଟ ରହିଛି । ଏହାବ୍ୟତିତ ଫୋନ୍ ର ଫ୍ରଣ୍ଟ ଏବଂ ବ୍ୟାକ୍ ରେ ଗରିଲାଗ୍ଲାସ ୫ ର ପ୍ରୋଟେକ୍ସନ ରହିଛି ।