ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ମେକର କମ୍ପାନୀ ମାଟୋରୋଲା ଖୁବ ଶୀଘ୍ର ମୋଟୋ ଇ୭ ଫୋନ ଆଣିବାର ପ୍ରସ୍ତୁତି ଚଳାଇଛି । ଏନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି । ରିପୋର୍ଟ ମୁତାବକ, ନିକଟରେ ଏହି ସ୍ମାର୍ଟଫୋନ ୟୁଏସ ଫେଡରଲ କମ୍ୟୁନିକେଶନ, ନେସନାଲ ବ୍ରଡକାଷ୍ଟିଙ୍ଗ ଏବଂ ଟେଲିକମ୍ୟୁନିକେଶନ କମିଶନ ଏବଂ ଟିୟୁଭି ସାର୍ଟିଫିକେଟ ୱେବସାଇଟରେ ଦେଖିବାକୁ ମିଳିଛି ।
ଟିୟୁଭି ସାର୍ଟିଫିକେଶନରୁ ଜାଣିବାକୁ ମିଳିଛି କି ଏହି ସ୍ମାର୍ଟଫୋନରେ ୪୦୦୦ଏମଏଏଚ ବ୍ୟାଟେରୀ ଦିଆଯାଇଛି, ଯାହା ୫ଡବ୍ଲ୍ୟୁ ଚାର୍ଜିଙ୍ଗ ସ୍ପିଡ ସପୋର୍ଟ କରିବ । ସେହିପରି ଏନବିଟିସି ସାର୍ଟିଫିକେଶନରୁ ଜଣା ପଡିଛି କି ଫୋନ ର ବକ୍ସରେ ଏସି ଆଡପ୍ଟର, ବ୍ୟାଟେରୀ, ଇୟରଫୋନ ଏବଂ ୟୁଏସବି କେବୁଲ ମିଳିବ ।
ସୂଚନାଯୋଗ୍ୟ ମୋଟୋ ଇ୭ ପ୍ଲସ ସ୍ମାର୍ଟଫୋନ ଭାରତରେ କିଛି ସମୟ ପୂର୍ବରୁ ଲଞ୍ଚ କରିଥିଲା କମ୍ପାନୀ । ଯାହାର ଦାମ୍ ୯,୪୯୯ ରଖାଯାଇଥିଲା । କିନ୍ତୁ ଏଥିରୁ ସ୍ପଷ୍ଟ ହେଉଛି କି ଏହି ନୂତନ ସ୍ମାର୍ଟଫୋନ ଆହୁରି ଶସ୍ତାରେ ମିଳିବ ।
ମୋଟୋ ଇ୭ ର ସ୍ପେଶିଫିକେଶନ କଥା ଯଦି କହିବା ତେବେ କମ୍ପାନୀ ଏହି ଫୋନରେ ୬.୨ ଇଞ୍ଚ ର ଡିସପ୍ଲେ ଦେଇପାରେ, ଯାହା ଏଚଡି+ରିଜ୍ୟୁଲେସନ (୭୨୦ * ୧୫୨୦) ରହିବ । ଫୋନରେ ୨ ଜିିବି ର୍ୟାମ ଏବଂ ୩୨ ଜିବିର ଇଂଟରନାଲ ଷ୍ଟୋରେଜ ମିଳିପାରେ । ସେହିପରି ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ମିଳିପାରେ ।