ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ମାସରୁ ଦିଲ୍ଲୀରୁ ଲକ୍ଷୌ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ୨୫ ଲକ୍ଷ ଟଙ୍କା ବୀମା ଲାଗୁ କରାଯିବ । ଏମିତି ଏକ ନୂଆ ଯୋଜନା ଖୁବ ଶିଘ୍ର ନେଇ ଆସୁଛି ରେଳ ବିଭାଗ । ଦିଲ୍ଲୀରୁ ଲକ୍ଷୌକୁ ଯାତ୍ରା କରିବାକୁ ଥିବା ଏହି ଟ୍ରେନରେ ଏହି ସୁବିଧା ଲାଗୁ କରାଯିବ ବୋଲି ଆଇଆରଟିସି ସୂଚନା ଦେଇଛି ।
କେବଳ ସେତିକି ନୁହେଁ ଅତିରିକ୍ତ ଯାତ୍ରୀଙ୍କୁ ଲକ୍ଷୌ ଜଂଙ୍କସନ ରେ ରିଟାୟାରିଂଙ୍ଗ ରୁମର ସୁବିଧା ମଧ୍ୟ ଦିଆଯିବ । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କୁ ଏକଜୁକିଟିଭ ଲାଉଂଜର ସୁବିଧା ଦିଆଯିବ । ସେହିଭଳି ଏହି ଟ୍ରେନରେ ଅନ୍ୟ ଟ୍ରେନ ଭଳି ବିଭାଗୀ କରଣ ନାହିଁ । କେବଳ ଏସି ଓ ଏଜକ୍ୟୁଟିଭ କ୍ଲାସ ରେ ବିଦେଶ ଯାତ୍ରୀଙ୍କ ପାଇଁ କେବଳ ୫ ଟି ସିଟ ସଂରକ୍ଷିତ ରହିବ ।
କେବଳ ବୀମା ନୁହେଁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆହୁରି ଅନେକ ବିଶେଷ ସୁବିଧା ରହିଛି । ଏହି ଟ୍ରେନରେ ଯାତ୍ରା କରିବା ଯାତ୍ରୀ ଟିକେଟ ଜରିଆରେ କ୍ୟାବ, ହୋଟେଲ ଓ ନିଜ ପସନ୍ଦର ଖାଇବା ବୁକ କରି ପାରିବେ । ତେବେ ବର୍ତ୍ତମାନ ଏହି ସେବା ପାଇଁ ରେଲୱେ ପକ୍ଷରୁ ମଞ୍ଜୁରୀ ମିଳିନାହିଁ ।