ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରାକରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଛି । ଡିଜେଲ ଦାମରେ ୨୦ ରୁ ୨୩ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦାମରେ ୧୫ ରୁ ୧୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଦୀର୍ଘ ୫୦ ଦିନ ପରେ ଗତକାଲି ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଘଟିଥିଲା । ଆଜି ପୁଣି ଦରରେ ବୃଦ୍ଧି ଘଟିଛି ।
ଆଇଓସିଏଲରୁ ମିଳିଥିବା ସୂଚନା ମୁତାବକ, ଆଜି ଦିଲ୍ଲୀ ରେ ପେଟ୍ରୋଲ ଲିଟର ପିଛା ଦର ୮୧.୩୮ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୦.୮୮ ରହିଛି ।ସେହିପରି କୋଲକାତା ପେଟ୍ରୋଲ ଦର ୮୨.୯୫ ଟଙ୍କା ଏବଂ ଡିଜେଲ ଦର ୭୪.୪୫, ମୁମ୍ବାଇରେ ପେଟ୍ରୋଲ ଦର ୮୮.୦୯ ଟଙ୍କା ଏବଂ ଡିଜେଲ ୭୭.୩୪ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୮୪.୪୬ ଟଙ୍କା ଏବଂ ଡିଜେଲ ଦର ୭୬.୩୭ ରହିଛି ।
ଆପଣମାନେ ଏସଏମଏସ ଜରିଆରେ ବି ପେଟ୍ରୋଲ ଏବଂ ଡିଜେଲ ଦାମ ଜାଣି ପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ , ଆପଣଙ୍କୁ ଆରଏସପି ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ସେଣ୍ଡ କରିବାକୁ ହେବ । ପ୍ରତ୍ୟେକ ସହରର କୋଡ ଅଲଗା ଅଲଗା ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ୱେବସାଇଟରେ ମିଳି ଯାଇ ପାରିବ ।
ପ୍ରତ୍ୟେକ ଦିନ ସକାଳ ଛଅ ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ଛଅଟାରୁ ହିଁ ଲାଗୁ ହୋଇଯାଇଥାଏ ନୂତନ ଦର ।