ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଦିନକୁ ଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଭାରତର ପ୍ରାୟ ସବୁ ଅଞ୍ଚଳରେ ତେଳର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଦିର୍ଘ ୪ ମାସ ପରେ ଦେଶରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ସାଧାରଣ ଲୋକଙ୍କୁ କନ୍ଦାଉଛି । ଆଜି ରାଜଧାନୀ ଦିଲ୍ଲୀରେ ବି ବଢିଛି ପେଟ୍ରୋଲ ଓ ଡିଜେଲର ଦାମ । ପେଟ୍ରୋଲ ଦାମ ଲିଟର୍ ପିଛା ୩୧ ପଇସା ବଢ଼ିଥିବା ବେଳେ ଡିଜେଲ୍ର୍ ଲିଟର ପିଛା ଦର ୩୯ ପଇସା ବଢ଼ିଛି।
ଦେଶରେ ସର୍ବାଧିକ ତେଲ ଦର ମୁମ୍ବାଇରେ ରହିଥିବା ବେଳେ ଦେଶର ଅନ୍ୟାନ୍ୟ ସହର ଦର ଦାମ ତୁଳନାରେ ଏହାର ଠିକ ତଳକୁ ରହିଛନ୍ତି । ମୁମ୍ବାଇରେ ସର୍ବାଧିକ ପେଟ୍ରୋଲ ଲିଟର୍ ପିଛା ୮୬.୫୬ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୭୫.୫୪ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୨.୨୪ ପଇସା ଥିବା ବେଳେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୨.୦୬ ରହିଛି । ଅନ୍ୟପଟେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୩୧ ପଇସା ବଢି ୭୯.୧୫ ପଇସାରେ ପେଟ୍ରୋଲର ଦାମ ରହିଥିବା ଜଣା ପଡିଛି ।
ସେପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ପେଟ୍ରୋଲ ଦାମ ବଢିଥିବାରୁ ଆମେରିକାକୁ ଦାୟୀ କରିଛନ୍ତି । ଡଲାର ତୁଳନାରେ ବହୁ ଦେଶର ମୁଦ୍ରା ହ୍ରାସ ହେବାରେ ଲାଗିଥିବାରୁ ଏହା ତେଲ ଦର ଉପରେ ପ୍ରଭାବ ପକାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାସହ ଆର୍ନ୍ତଜାତୀୟ ବଜାରରେ ଆଶୋଧିତ ତୈଳ ର ମୁଲ୍ୟ ବଢିଥିବାରୁ ଏହାର ପ୍ରଭାବ ସିଧା ଆମ ଉପରେ ପଡୁଛି ବୋଲି ସେ କହିଛନ୍ତି । ତେବେ ଗତ ଆଗଷ୍ଟ ୧୬ରୁ ଦେଶରେ ପେଟ୍ରୋଲର ଦାମ ମୋଟ ୨ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ୍ ଦର ୨.୪୨ ଟଙ୍କା ବଢିଛି। ଯାହାକୁ ନେଇ ଏବେ ସାଧାରଣରେ ତୀବ୍ର ଆସନ୍ତୋଷ ଦେଖାଦେଇଛି ।