ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରାଜି’ ଦର୍ଶକଙ୍କ ସମେତ ବଲିଉଡର ଅନେକ କଳାକାରଙ୍କ ହୃଦୟକୁ ଛୁଇଁଛି । ଏପର୍ଯ୍ୟନ୍ତ ଏହି ଫିଲ୍ମ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଆୟ କରି ସାରିଲାଣି । ଫିଲ୍ମଟିକୁ ଯିଏ ଦେଖୁଛି ସିଏ ଆଲିଆ ଏବଂ ନିର୍ଦ୍ଦେଶକଙ୍କୁ ପ୍ରଶଂସା ନକରି ରହି ପାରୁନି । ଏହି ସମୟରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଆଲିଆ ଭଟ୍ଟଙ୍କ ଅଭିନୟ ଏବଂ ଫିଲ୍ମ ‘ରାଜି’ର ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରଦ୍ଧା କପୁର ଟ୍ୱିଟ୍ କରି କହିଛନ୍ତି କି, ‘ମୋ ସାଥୀ କଳାକାର ତୁମ ଫିଲ୍ମ ବହୁତ ଭଲ ସଫଳତା ହାସଲ କରିଛି । ମୋ ତରଫରୁ ତୁମକୁ ଏବଂ ରାଜି’ ର ପୂରା ଟିମ୍ କୁ ଶୁଭକାମନା’ । ଶ୍ରଦ୍ଧାଙ୍କର ଏହି ଟ୍ୱିଟ୍ ରେ ଆଲିଆ ଉତ୍ତର ଦେଇ କହିଛନ୍ତି ଯେ, ‘ଧନ୍ୟବାଦ ମୋ ସାଥୀ କଳାକାର’ ।
Congratulations fellow fishie on the amazing milestone of your film #Raazi @aliaa08 congrats @karanjohar #MeghnaGulzar & the entire team ??♥️
— Shraddha (@ShraddhaKapoor) May 29, 2018
ସୂଚନାଅନୁଯାୟୀ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ କିଭଳି ଆଲିଆ ଜଣେ ଜାସୁସ ହୋଇ ପାକିସ୍ତାନ ଯାଉଛନ୍ତି । ଏବଂ ସେଠାରୁ ସମସ୍ତ ଗୁଇନ୍ଦା ତଥ୍ୟ ଭାରତକୁ ଜଣାଉଛନ୍ତି ସେ ସବୁ ଏହି ଫିଲ୍ମରେ ଦର୍ଶା ଯାଇଛି । ଏହି ଫିଲ୍ମରେ ଆଲିଆ ଭଟ୍ଟଙ୍କ ବ୍ୟତୀତ ବିକି କୌଶଲ, ରଜିତ୍ କପୁର, ଜୟଦୀପ ଅହଲାବତ, ଅମୃତା ଏବଂ ସୋନି ରାଜଦାନଙ୍କ ମୁଖ୍ୟ ଭୂମିକା ରହିଛି ।
Thank you fellow fish ????? https://t.co/tMs5OTY5QX
— Alia Bhatt (@aliaa08) May 29, 2018