ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ସ୍ମାର୍ଟ ଯୁଗରେ ସବୁ କିଛି ଧୀରେ ଧୀରେ ସ୍ମାର୍ଟ ହେବାରେ ଲାଗିଛି । ବାରମ୍ବାର ବିଦ୍ୟୁତ୍ ବିଲ୍ ପୈଠ ନକରିବାର ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ବିଦ୍ୟୁତ ସରକାରଙ୍କ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ସମସ୍ତ ବିଦ୍ୟୁତ୍ ମିଟରକୁ ସ୍ମାର୍ଟ କରି ଦିିଆଯିବ । ଯାହାକୁ ଉପଭୋକ୍ତା ତାଙ୍କର ମୋବାଇଲ ଫୋନ ଭଳି ଏହି ବିଦ୍ୟୁତ୍ ମିଟରକୁ ରିଚାର୍ଯ କରିବେ । ଏହାର କାର୍ଯ୍ୟ ସମାପ୍ତ ହେବା ପରେ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍ ବିଲ୍ ପହଞ୍ଚିବାର ଦିନ ଶେଷ ହେବ ।
ବିଦ୍ୟୁତ୍ ମନ୍ତ୍ରୀ ଆର.କେ ସିଂ ମିଟର ନିର୍ମାତାଙ୍କୁ ସ୍ମାର୍ଟ ପ୍ରିପେଡ ମିଟର ଉତ୍ପାଦନ କରିବା ପାଇଁ ଉପଦେଶ ଦେଇଛନ୍ତି । ଏବଂ କହିଛନ୍ତି ଯେ, ଆଗାମୀ ଦିନରେ ଏହି ମିଟରର ଖୁବ୍ ଚାହିଦା ବଢିବ । ଆଶା ଆଗାମୀ ତିନି ବର୍ଷରେ ସମସ୍ତ ମିଟର ସ୍ମାର୍ଟ ପ୍ରିପେଡ ହେବ । ଏହାର ଅନେକ ଫାଇଦା ହେବ, ଉପଭୋକ୍ତାଙ୍କ ଘରକୁ ଆଉ ବିଲ୍ ପଠା ଯିବ ନାହିଁ । ବିଦ୍ୟୁତ୍ କମ୍ପାନୀ ଉପରେ ବଳକା ରାଶିର ଭାର ରହିବ ନାହିଁ । ଏହାଦ୍ୱାରା ବିଦ୍ୟୁତ୍ କ୍ଷେତ୍ରରେ କ୍ଷତି ହେବ ନାହିଁ, କ୍ରାନ୍ତି ଆସିବ ଏବଂ କମ୍ପାନୀର ସ୍ଥିତି ସୁଧୁରିବ ।
ମନ୍ତ୍ରାଳୟ ମୁତାବକ, ଅଧିକାରୀଙ୍କୁ ଏହି ସ୍ମାର୍ଟ ମିଟର ନିର୍ମାଣ ଅବଶ୍ୟ ପାଳନୀୟ କରିବା ପାଇଁ ବିଚାର ବିମର୍ଶ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହି ରିପୋର୍ଟ ପ୍ରସ୍ତୁତ ହେଲା ପରେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଅବଶ୍ୟପାଳନୀୟ କରିବାକୁ ପଦକ୍ଷେପ ନିଆଯିବ ।
ବିଦ୍ୟୁତ୍ ମନ୍ତ୍ରୀ ଆର.କେ ସିଂ ରାଜ୍ୟର ବିଦ୍ୟୁତ୍ ମନ୍ତ୍ରୀମାନଙ୍କ ସହିତ କଥା ହେଲା ପରେ କହିଥିଲେ ଯେ, ଯଦି ରାଜ୍ୟ ସହଯୋଗ କରିବ ତେବେ ୨୦୨୧ ସୁଧା ସାରା ଦେଶରେ ୨୪ଞ୍ଚ୭ ସମସ୍ତଙ୍କୁ ନିର୍ଦୋନ୍ଦରେ ବିଦ୍ୟୁତ୍ ମିଳିପାରିବ । ପ୍ରତ୍ୟେକ ଘରେ ମିଟର ଜରିଆରେ ବିଦ୍ୟୁତ୍ ସପ୍ଲାଇ କରାଯିବ, ଏବଂ ୯୦ ପ୍ରତିଶତ ଘରେ ପ୍ରିପେଡ ମିଟର ଲଗାଇବାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଯଦି କୌଣସି ବ୍ୟକ୍ତି ବିନା ପ୍ରିପେଡ ମିଟରରେ ବିଦ୍ୟୁତ ଜାଳିବେ ତେବେ ତାଙ୍କୁ ଜରିମନା ଦେବାକୁ ପଡିବ ।
Minister of Power and New & Renewable Energy, Shri @RajKSinghIndia met the pre-paid meter manufacturers for the roll-out of pre-paid meters, across the nation. pic.twitter.com/NHHW1YfXtl
— Office of R.K. Singh (@OfficeOfRKSingh) June 7, 2018