ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ମହଙ୍ଗା ହେବ ଇଏମଆଇ । ରେପୋ ରେଟ୍ ରେ ୦.୨୫ ପ୍ରତିଶତ ବୃଦ୍ଧି । ଆରବିଆଇ ପକ୍ଷରୁ ଷଷ୍ଠ ଥର ରେପୋ ରେଟ୍ ବୃଦ୍ଧି କରାଯାଇଛି । ରେପୋ ରେଟ୍ କୁ ୬.୨୫ ରୁ ବୃଦ୍ଧି କରି ୬.୫୦ ପ୍ରତିଶତ କରାଯାଇଛି ।
କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତି କ୍ରମେ ଗୃହ ଋଣର ଇଏମଆଇରେ ବୃଦ୍ଧି ଘଟିବ । ରେପୋ ରେଟ୍ ରେ ବୃଦ୍ଧି ପରେ ଗୃହ ଋଚ୍ଚର ଇଏମଆଇ ସହିତ କାର ଋଣ ଏବଂ ବ୍ୟକ୍ତିଗତ ଋଣ ମଧ୍ୟ ମହଙ୍ଗା ହେବ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି, ଗତ ତିନି ବର୍ଷ ମଧ୍ୟରେ ବୈଷୟିକ ପରିସ୍ଥିତି ଯୋଗୁଁ ସାରା ଦୁନିଆର ବ୍ୟାଙ୍କକୁ ସୁଧ ଦର ବୃଦ୍ଧି କରିବାର ନିଷ୍ପତି ନେବାକୁ ପଡିଛି । ମହଙ୍ଗ ଉପରେ ନିୟନ୍ତ୍ରଣ ପାଇଁ ଏହି କଠିନ ନିଷ୍ପତି ନେବା ଜରୁରୀ ଥିଲା ।