ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ସବୁଠାରୁ ବଡ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ) ଏବେ ନଅ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ କମ୍ପାନୀ ହୋଇଯାଇଛି । ଏହା ଭାରତର ପ୍ରଥମ କମ୍ପାନୀ ଯାହାର ବଜାର ପୁଞ୍ଜିକରଣ ନଅ ଲକ୍ଷ କୋଟି ଟଙ୍କା ।
ସପ୍ତାହ ର ଶେଷ କାର୍ଯ୍ୟକାରୀ ଦିନ ରିଲିଆନ୍ସର ଶେୟାରରେ ୧.୭ ପ୍ରତିଶତ ବୃଦ୍ଧି ହେବା ଦ୍ୱାରା କମ୍ପାନୀର ଭ୍ୟାଲୁଏସନ ବୃଦ୍ଧି ହୋଇ ୯.୧ଲକ୍ଷ କୋଟି ଟଙ୍କାରେ ପହଁଚିଛି । ଶୁକ୍ରବାର ଦିନ ରିଲିଆନ୍ସର ସେୟାର ୧,୪୦୪ ସ୍ତରରେ ଖୋଲିଛି । ପୂର୍ବ ରୁ ଏହା ୧.୩୯୬.୫୦ ସ୍ତରରେ ବନ୍ଦ ହୋଇଥିଲା । ଚଳିତ ବର୍ଷ କମ୍ପାନୀର ଶେୟାର ୨୭ ପ୍ରତିଶତ ରିଟର୍ଣ୍ଣ ଦେଇସାରିଛି ।
ମୁକେଶ ଅମ୍ବାନୀଙ୍କ ରିଲିଆନ୍ସ ପରେ ବଜାର ପୁଞ୍ଜିକରଣ ମାମଲାରେ ଆଇଟିୁ କମ୍ପାନୀ ଟିସିଏସ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେହି ଅନୁଯାୟର ଟିସିଏସ୍ ର ଭ୍ୟାଲୁଏସନ ୭.୬୭ ଲକ୍ଷ କୋଟି ଟଙ୍କା ।
ଏହାପୂର୍ବରୁ ଜାନୁଆରୀରେ ୧୦ ହଜାର କୋଟି ଟଙ୍କାର ରିଲିଆନ୍ସ ଦେଶର ପ୍ରଥମ ଘରୋଇ କମ୍ପାନୀ ଭାବେ ଘୋଷଣା କରାଯାଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ କମ୍ପାନୀର ବଜାର ପୁଞ୍ଜିକରଣ ଆଠ ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଁଚିଥିଲା ।
ସୂଚନାଯୋଗ୍ୟ, ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ରିଲିଆନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଆଗରେ । ଲଗାତର ଭାବେ ୧୨ ବର୍ଷ କାଳ ସେ ଏହି ତାଲିକାର ଏହି ସ୍ଥାନରେ ରହି ଆସୁଛନ୍ତି । ତାଙ୍କର ସର୍ବମୋଟ ସମ୍ପତ୍ତି ୫୧.୪ ବିଲିୟନ ଡଲାର ମାନେ ୫,୧୪୦ କୋଟି ଡଲାର । ଗତବର୍ଷ ଅନୁଯାୟୀ ଏଥିରେ ୪୦ ଲକ୍ଷ ଡଲାର ବୃଦ୍ଧି ହୋଇଛି ।