ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସାମସଙ୍ଗ ଗାଲାକ୍ସି ଏ୫୪ ଏବଂ ସାମସଙ୍ଗ ଗାଲାକ୍ସି ଏ୩୪ କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଅବଶ୍ୟ ଏବେ ଫୋନଟି ଲଞ୍ଚ ହୋଇନି କିନ୍ତୁ ମାର୍ଚ୍ଚ ୧୫ରେ ଗ୍ଲୋବାଲ ମାର୍କେଟରେ ଲଞ୍ଚ ହୋଇପାରେ ।
ସାମସଙ୍ଗ ଗାଲାକ୍ସି ଏ୫୪ରେ ୨୩୪୦ ଞ୍ଚ ୧୦୮୦ପି ରିଜଲ୍ୟୁସନ, ପଞ୍ଚହୋଲ , କଟଆଉଟ ଏବଂ୧୨୦ଏଚଜେଡ ରିଫ୍ରେସ ରେଟ ମିଳିବ । ଫୋନରେ ୨୫ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫୦୦୦ଏମଏଏଚ ର ବ୍ୟାଟେରୀ ପ୍ୟାକ ମିଳିବାର ସମ୍ଭାବନା ରହିଛି । ଏଥିରେ ଏଫ/୧.୧୮ ଅପର୍ଚର ଏବଂ ଓଆଇଏସ ସପୋର୍ଟ ସହିତ ୫୦ଏମପି ର ପ୍ରାଇମେରୀ ସେଂସର , ଏଫ/୨.୨ ଅପର୍ଚର ବିଶିଷ୍ଟ ୧୨ଏମପି ର ଅଲ୍ଟ୍ରାୱାଇଡ ଆଙ୍ଗଲ ଲେନ୍ସ ମିଳିପାରେ । ୩୨ଏମପି ର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ୮ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ ।
ସାମସଙ୍ଗ ଏ୩୪ରେ ୬.୬ ଇଂଚର ଫୁଲ ଏଚଡି + ଏମୋଲେଡ ଡିସପ୍ଲେ । ମିଡିଆଟେକ ଡାଇମେଂଶନ ୧୦୮୦ ଏସଓସି । ୮ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟୋରେଜ । ୨୩୪୦ଞ୍ଚ୧୦୮୦ ପି ରିଜଲ୍ୟୁସନ,୧୨୦ଏଚଜେଡ ରିଫ୍ରେସ ରେଟ ଏବଂ ସେଲ୍ଫି ସ୍ନାପର ପାଇଁ ପଞ୍ଚହୋଲ କଟଆଉଟ ମିଳିପାରେ । ଏହାସହିତ ଟ୍ରିପଲ କ୍ୟାମେରା ସେଟଅପ ।