ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ସାମସଙ୍ଗ କମ୍ପାନୀ ତାର ଏମ ସିରିଜ୍ ର ନୂତନ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବାକୁ ଯାଉଛି । ଚଳିତମାସରେ ଏହି ଫୋନ ଭାରତରେ ଲ୍ଞ୍ଚ ହେବ ବୋଲି କୁହାଯାଉଛି । ସାମସଙ୍ଗ ଗାଲାକ୍ସି ଏମ୩୨ କୁ କମ୍ପାନୀ ଫୁଲ ଏଚଡୀ ପ୍ଲସ ସୁପର ଏମୋଲେଡ ସହିତ ଆଣିବ ଏବଂ ଏହି ଫୋନରେ ମିଡିଆଟେକ ହିଲିୟୋ ଜି୮୫ ପ୍ରୋସେସର ମଧ୍ୟ ରହିବ ।
ଅନ୍ୟ ଫିଚର୍ସ କଥା ଯଦି କହିବା ଏହି ଫୋନରେ ୬୦୦୦ ଏମଏଏଚର ବ୍ୟାଟେରୀ ଦିଆଯିବା ସହିତ ଦୁଇଟି କଲର ଅପ୍ସନ ବ୍ଲାକ ଏବଂ ବ୍ଲ୍ୟୁ ରେ ଲଞ୍ଚ କରିପାରେ କମ୍ପାନୀ । ଗ୍ରାହକଙ୍କୁ ଏଥିରେ ୪ଜିବି ର୍ୟାମ ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ ଏବଂ ୬ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଅପ୍ସନ ମିଳିବ । ସେହିପରି କ୍ୱାଡ ରିୟର କ୍ୟାମେରା ସଟଅପରେ ୪୮ଏମପି (ପ୍ରାଇମେରୀ) କ୍ୟାମେରା, ୮ଏମପି ଅଲ୍ଟ୍ରା ୱାଇଡ ଆଙ୍ଗେଲ ଲେନ୍ସ କ୍ୟାମେରା, ୫ ଏମପି ମ୍ୟାକ୍ରୋ ଲେନ୍ସ ଏବଂ ୫ଏମପି ଡେପ୍ଥ ସେନ୍ସର ମିଳିବ ।