ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳୀ ପୂର୍ବରୁ ଦେଶର ବଡ ସରକାରୀ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ବଡ ଉପହାର ଦେଇଛି । ବ୍ୟାଙ୍କ ପକ୍ଷରୁ ଏମସିଏଲଆର ଦର ଉପରେ ୦.୧୦ ପ୍ରତିଶତ ଯାଏଁ ହ୍ରାସ କରାଯାଇଛି, ଏହା ଅକ୍ଟୋବର ୧୦ ରେ ଲାଗୁ ହେବ ।
ଏନେଇ ଏସବିଆଇ ପକ୍ଷରୁ କୁହାଯାଇଛି, ପର୍ବ ଅବସରରେ ଗ୍ରାହକଙ୍କୁ ଅଧିକ ଫାଇଦା ଯୋଗାଇବା ପାଇଁ ବ୍ୟାଙ୍କ ସମସ୍ତ ଅବଧି ପାଇଁ ଏମସିଏଲଆର ଦରରେ ୦.୧୦ ପ୍ରତିଶତ ହ୍ରାସ କରିଛି । ଏବେ ଗୋଟେ ବର୍ଷ ପାଇଁ ନୂତନ ଏମସିଏଲଆର ଦର ୮.୧୫ ପ୍ରତିଶତରୁ ହାସ ହୋଇ ୮.୦୫ ପ୍ରତିଶତ ହୋଇଛି । ସେହି ଅନୁଯାୟୀ ଅକ୍ଟୋବର ୧୦ ରୁ ଲାଗୁ ହେବ ନୂତନ ଦର ।
ଖବରମୁତାବକ, ଅର୍ଥବ୍ୟବସ୍ଥାରେ ସୁଧାରେର ଆଣିବା ପ୍ରୟାସ କ୍ରମରେ ଆରବିଆଇ ପକ୍ଷରୁ ପ୍ରମୁଖ ନୀତିଗତ ଦରରେ ଳଗାତର ପାଞ୍ଚ ଥର ହ୍ରାସ ହୋଇଥିଲା । ମୌଦ୍ରିକ ନୀତି ସମୀକ୍ଷା ବୈଠକରେ ଆରବିଆଇ ପକ୍ଷରୁ ରେପୋ ଦର ହ୍ରାସ କରାଯାଇ ୫.୧୫ ପ୍ରତିଶତ କରାଯାଇଥିଲା । ସେହିପରି ରିଭର୍ସ ରେପୋ ରେଟ୍ ୪.୯୦ ଏବଂ ବ୍ୟାଙ୍କ ରେଟ୍ ୫.୪୦ ପ୍ରତିଶତ କରାଯାଇଛି ।
ଏମସିଏଲଆର କଣ?
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆରବିଆଇ ପକ୍ଷରୁ ୧ ଅପ୍ରେଲ ୨୦୧୬ ରୁ ଦେଶରେ ମାର୍ଜିନାଲ କଷ୍ଟ ଅଫ୍ ଲିଡିଙ୍ଗ୍ ଆଧାରରେ ଏମସିଆରଏଲ ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ସମସ୍ତ ବ୍ୟାଙ୍କ ଆଧାର ଦର ଆଧାରରେ ହିଁ ଗ୍ରାହକଙ୍କ ପାଇଁ ସୁଧ ଦର ନିର୍ଣ୍ଣୟ କରିଥାନ୍ତି ।
ଆଧାର ଦର କଣ?
ଆଧାର ଦର ହେଉଛି ସେହି ନ୍ୟୁନତମ ଦର ଯାହା ଉପରେ ବ୍ୟାଙ୍କ ତାର ଗ୍ରାହକଙ୍କୁ ଋଣ ଦେଇ ପାରିବ ।