ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ସହ ଋଣର ସୁଧ ଦର ହ୍ରାସ କରିବାର ଘୋଷଣା କରଛି । କମ ଅବଧିର ଏମସିଏଲଆର ଦର ୦.୫ ପ୍ରତିଶତରୁ ୦.୧୦ ପ୍ରତିଶତ ପର୍ଯନ୍ତ ହ୍ରାସ କରିବାର ଘୋଷଣା କରିଛି ଏସବିଆଇ । ଏହାପରେ ଏସବିଆଇ ର ଦର ହ୍ରାସ ହୋଇ ୬.୬୫ ପ୍ରତିଶତ ହୋଇଯାଇଛି ।
ବର୍ତ୍ତମାନ ଏସବିଆଇରେ ଏମସିଏଲଆର ଦର ସବୁଠାରୁ କମ ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ଦାବି କରାଯାଇଛି । ଏହି ନୂତନ ଦର ଜୁଲାଇ ୧୦ ରୁ ଲାଗୁ ହେବ । ଏହାପୂର୍ବରୁ ଜୁନ୍ ମାସରେ ବି ଏସବିଆଇ ସୁଧ ଦର ହ୍ରାସ କରିବାର ନିଷ୍ପତି ନେଇଥିଲା । ଜୁନ୍ ୧୦ରେ ଏସବିଆଇର ଏମସିଏଲଆର ଦର ୦.୨୫ ପ୍ରତିଶତ ହ୍ରାସ ହୋଇ ୭ ପ୍ରତିଶତ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ମେ’ ୨୨ ରେ ଆରବିଆଇ ରେପୋ ରେଟ ୦.୪୦ ପ୍ରତିଶତ ହ୍ରାସ କରି ୪ ପ୍ରତିଶତ କରିଦେଇଥିଲା । ଏହାପରେ ପଞ୍ଜାବନେସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟୁକେ ବ୍ୟାଙ୍କ ରେପୋ ଏବଂ ଏମସିଏଲଆର ସହ ଜଡିତ ଋଣ ଦର ହ୍ରାସ କରିଦେଇଥିଲେ ।
ଏମସିଏଲଆର କଣ?
ଏମସିଏଲଆର ସେହି ଦର ଯେଉଁ ଦର କମ ହେବା ଦ୍ୱାରା ବ୍ୟାଙ୍କ ଋଣ ଦିଏ ନାହିଁ । କିନ୍ତୁ ଏବେ ଏମସିଏଲଆର କମ ହେବା ଦ୍ୱାରା କମ ଦରରେ ବ୍ୟାଙ୍କ ଋଣ ଦେବା ପାଇଁ ସକ୍ଷମ ହୋଇଯିବ । ଯାହାଦ୍ୱାରା ଗୃହ ଋଣ ଠାରୁ ଗାଡି ଋଣ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଶସ୍ତା ହୋଇ ପାରିବ । ଏହି ଫାଇଦା ନୂତନ ଗ୍ରାହକଙ୍କ ସମେତ ସେହି ଗ୍ରାହକମାନଙ୍କୁ ମିଳିବ ଯେଉଁମାନେ ୨୦୧୬ ପରେ ଋଣ ନେଇଛନ୍ତି ।