ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବର୍ତ୍ତମାନ ସବୁଠାରୁ ବଡ ପରିଚୟ ବା ପ୍ରମାଣ ପତ୍ର ହେଉଛି ଆଧାର କାର୍ଡ । ଆପଣ କୌଣସି ସ୍ଥାନକୁ ଯାଆନ୍ତୁ ଆଧାର କାର୍ଡ ନିହାତି ଆବଶ୍ୟକ । ତେଣୁ ଏବେ ଏହି ଆଧାର କାର୍ଡ ଅପଡେଟ କରିବାକୁ ଆପଣଙ୍କୁ ଆଉ ଅଧିକ ସମୟ ଲାଗିବ ନାହିଁ କି ବେସି ଟଙ୍କା ମଧ୍ୟ ଲାଗିବ ନାହିଁ । ୟୁଆଇଡିଏଆଇ ବାୟୋମେଟ୍ରିକ ଡିଟେଲକୁ ନେଇ କିଛି ଅପଡେଟ୍ ସେୟାର କରିଛି। ଯଦି ଜଣେ ୟୁଜରଙ୍କ ପାଖରେ ଆଧାର କାର୍ଡ଼ ରହିଛି ତେବେ ସେ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ କିମ୍ବା ଓ୍ବେବସାଇଟ୍ ଜରିଆରେ ଆଧାର କାର୍ଡ଼ ପରିବର୍ତ୍ତନ କରି ପାରିବେ।
ୟୁଆଇଡିଏଆଇ ଟ୍ବିଟରେ କହିଛି ଯେ ଆପଣ ନିଜ ଆଧାର କାର୍ଡ଼ରେ ଗୋଟିଏ କୌଣସି ପରିବର୍ତ୍ତନ କରନ୍ତୁ,ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଆପଣଙ୍କୁ ମାତ୍ର ୧୦୦ଟଙ୍କାର ଚାର୍ଜ ଦେବାକୁ ପଡ଼ିବ। ଯଦି ଆପଣ କେବଳ ଡେମୋଗ୍ରାଫିକ୍ ଡିଟେଲରେ ପରିବର୍ତ୍ତନ କରୁଛନ୍ତି ତେବେ ଏଥିପାଇଁ କେବଳ ୫୦ଟଙ୍କା ଦେବାକୁ ପଡ଼ିବ।
ଏପରି କରିବା ଦ୍ୱାରା ୟୁଜରଙ୍କୁ ଡେମୋଗ୍ରାଫିକ୍ ସୂଚନା ଯେପରିକି ନାଁ , ଠିକଣା କିମ୍ବା ଜନ୍ମତିଥି ବଦଳିବା ପାଇଁ ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ। ୟୁଆଇଡିଏଆଇ ୩୨ଟି ଡକ୍ୟୁମେଣ୍ଟକୁ ତାଲିକାଭୁକ୍ତ କରିଛି ଯେଉଁଗୁଡ଼ିକୁ ପରିଚୟ ପ୍ରମାଣପତ୍ରଭାବେ ସ୍ୱିକାର କରାଯାଇଥାଏ। ସେହି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସିର ଉପଯୋଗ ସୂଚନାକୁ ଅପଡେଟ୍ କରିବା ପାଇଁ କରାଯାଇଥାଏ।ଆଧାର କାର୍ଡ ବ୍ୟବହାରୀକର୍ତ୍ତ ଆଧାର ନାମାଙ୍କନ,ନାଁ ଅପଡେଟ ,ଠିକଣା,ଲିଙ୍ଗ,ମୋବାଇଲ୍ ନମ୍ବର,ଇମେଲ୍ ଆଇଡି,ଜନ୍ମ ତାରିଖ କିମ୍ବା ବାୟୋମେଟ୍ରିକ୍ସ ଭଳି ସେବା ପାଇବା ପାଇଁ ଆଧାର ସେବା କେନ୍ଦ୍ରରେ ଆପଏଣ୍ଟମେଣ୍ଟ ମଧ୍ୟ ବୁକ୍ କରିପାରିବେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024