ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଥିବା ପ୍ରତ୍ୟେକ ବ୍ୟକ୍ତି ଡେବିଟ୍ ଏବଂ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି । ଇତି ମଧ୍ୟରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇପାରେ । ଆଜ୍ଞା ହଁ ଖୁବ୍ ଶୀଘ୍ର ଡେବିଡ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ରୟରେ କୌଣସି ଶୁଳ୍କ ଲାଗିବ ନାହିଁ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ ନେଣ ଦେଣ ବୃଦ୍ଧି ହେବ ।
ପ୍ରକୃତରେ ମଧ୍ୟପ୍ରଦେଶର ବ୍ୟାଙ୍କ ପକ୍ଷରୁ ନିଜ ବ୍ୟାଙ୍କ ମ୍ୟାନେଜର ସହ ଆଲୋଚନା କରାଯିବା ସହ ଫିଡବ୍ୟାକ୍ ଆଧାରରେ ଷ୍ଟେଟଲେବଲ କମିଟି ଏସଏଲସି ପକ୍ଷରୁ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁପାରିଶ କରାଯାଇଛି । ରାଜ୍ୟର ସରକାରୀ, ବେସରକାରୀ, ସହକାରୀ ଏବଂ ଗ୍ରାମୀଣ କ୍ଷେତ୍ରୀୟ ବ୍ୟାଙ୍କକୁ ସୁପାରିଶ କରାଯାଇଛି ।
– ବର୍ତ୍ତମାନ ପଏଣ୍ଟ ଅଫ୍ ସେଲ କିମ୍ବା କାର୍ଡ ସ୍ୱାପ ମେସିନ୍ ଦ୍ୱାରା ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ କ୍ରୟ ଉପରେ ଛୋଟ ଦୋକାନୀଙ୍କଠାରୁ ବ୍ୟାଙ୍କ ୦.୪ ପ୍ରତିଶତ ବା ୮ ଟଙ୍କା ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର)ଭାବେ ନେଇଥାଏ । ସେହିପରି ବଡ ଦୋକାନୀଙ୍କଠାରୁ ୦.୯ ପ୍ରତିଶତ ବା ୧୮ ଟଙ୍କା (ଏମଡିଆର) ନେଇଥାଏ ।
– ପଏଣ୍ଟ ଅଫ୍ ସେଲ କିମ୍ବା କାର୍ଡ ସ୍ୱାପ୍ ମେସିନ୍ ଦ୍ୱାରା ୨୦ ହଜାର ପର୍ଯ୍ୟନ୍ତ କ୍ରୟ କଲେ ଛୋଟ ଦୋକାନୀଠାରୁ ବ୍ୟାଙ୍କ ୦.୪ ପ୍ରତିଶତ ମାନେ ୮୦ ଟଙ୍କାର (ଏମଡିଆର) ନେଇଥାଏ । ସେହିପରି ବଡ ଦୋକାନୀଙ୍କଠାରୁ ୦.୯ ପ୍ରତିଶତ ମାନେ ୧୬୦ ଟଙ୍କା (ଏମଡିଆର)ରୂପେ ବ୍ୟାଙ୍କ ନେଇଥାଏ ।
ଏମଡିଆର କଣ?
ଏମଡିଆର ହେଉଛି ଦୋକାନୀ ଏବଂ ବ୍ୟାଙ୍କ ମଧ୍ୟରେ କାରବାରର ଲେଣ ଦେଣ । ଏହାର ଭାର ଗ୍ରାହକଙ୍କ ଉପରେ ପଡିଥାଏ । କାର୍ଡ ପେମେଣ୍ଟ ପାଇଁ ଗ୍ରାହକଙ୍କଠାରୁ ଦୋକାନୀ ଶୁଳ୍କ ନେଇଯାଇଥାନ୍ତି । ଅନ୍ୟପଟେ କ୍ୟୁଆର କୋଡ ଜରିଆରେ ପେମେଣ୍ଟ କରୁଥିବା କମ୍ପାନୀ କ୍ୟାଶ ବ୍ୟାକ ଜରିଆରେ ଏହି ଶୁଳ୍କକୁ ଦୋକାନୀକୁ ଫେରାଇ ଦେଇଥାଏ ।