ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏନଆରସି ଏବଂ ନାଗରିକତା ଆଇନକୁ ନେଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ । ଇତି ମଧ୍ୟରେ ଆଇନ ବ୍ୟବସ୍ଥା ବଳବତ୍ତର ରଖିବା ପାଇଁ ପୋଲିସକୁ ଇଂଟରନେଟ୍ ସେବା ବନ୍ଦ କରିବାକୁ ପଡିଥିଲା । ସେପଟେ ଇଣ୍ଟନେଟ୍ ବନ୍ଦ ହେବାର ପ୍ରଭାବ ସବୁଠାରୁ ଅଧିକ ଅନଲାଇନ୍ ଟ୍ରାଞ୍ଜାକ୍ସନରେ ଦେଖିବାକୁ ମିଳିଛି ।
ନାଗରିକତା ଆଇନ ୨୦୧୯ର ବିପକ୍ଷରେ ହୋଇଥିବା ବିରୋଧ ପ୍ରଦର୍ଶନ ଉତ୍ତରପ୍ରଦେଶର ହିଂସାକୁ ବଢାଇ ଦେଇଥିଲା । ଏହି ହିଂସା ଯୋଗୁଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ବିରୋଧ ପ୍ରଦର୍ଶନ ଏବଂ ହିଂସାକୁ ଦୃଷ୍ଟିରେ ରଖି ଲକ୍ଷେ୍ନøରେ ପାଖାପାଖି ୬ ଦିନ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା ଅନେକ ଲୋକଙ୍କ ଅନଲାଇନ୍ କାର୍ଯ୍ୟ ଉପରେ ଖରାପ ପ୍ରଭାବ ପଡିଛି ।
ଏବେ ବିି ନାଗରିକତା ଆଇନ୍ ବିରୋଧକୁ ନେଇ କିଛି ସ୍ଥାନରେ ଇଂଟରନେଟ୍ ସେବା ବନ୍ଦ ରହିଛି । ଯାହାଦ୍ୱାରା ବ୍ୟବସାୟୀ ବର୍ଗଠୁ ନେଇ ଆମାଜନ ପର୍ଯ୍ୟନ୍ତ ସମସ୍ୟାରେ ରହିଛନ୍ତି । ବିନା ନେଟ୍ ରେ ଲୋକଙ୍କ ସହ ସଂପର୍କ ମଧ୍ୟ ହୋଇପାରୁ ନାହିଁ ।
ସେହିପରି ୟୁପିର କିଛି ସମ୍ବେଦନଶୀଳ ଅଞ୍ଚଳରେ ହିଂସା ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି ।