ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍କ୍ରାପେଜ ନୀତିକୁ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ବାସ୍ତବରେ, ନୂତନ ଜାତୀୟ ଅଟୋମୋବାଇଲ୍ ସ୍କ୍ରାପେଜ୍ ନୀତି ଅନୁଯାୟୀ, ପୁରୁଣା ଯାନଗୁଡ଼ିକୁ ସ୍କ୍ରାପ୍ କରିବା ପରେ କିଣାଯାଇଥିବା ଯାନ ଉପରେ ୨୫ ପ୍ରତିଶତ ପର୍ୟ୍ୟନ୍ତ ରିହାତି ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗାଡି ସ୍କ୍ରାପିଂ ନୀତିରେ ଗାଡି ମାଲିକମାନଙ୍କୁ ପୁରୁଣା ଗାଡିଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ପଦକ୍ଷେପ ନିଆଯାଉଛି।
କେନ୍ଦ୍ର ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ପରିବହନ ଯାନ ପାଇଁ ଆଠ ବର୍ଷ ଏବଂ ଅଣ ପରିବହନ ଯାନ ପାଇଁ ୧୫ ବର୍ଷ ପର୍ୟ୍ୟନ୍ତ ଏହି ରିହାତି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଘରୋଇ ଯାନ ପାଇଁ ସଡକ ଟିକସ ଛାଡ ୨୫ ପ୍ରତିଶତ ଏବଂ ବ୍ୟବସାୟିକ ଯାନ ପାଇଁ ୧୫ ପ୍ରତିଶତ ପର୍ୟ୍ୟନ୍ତ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନୂତନ ନିୟମକୁ (୨୪ ତମ ସଂଶୋଧନ) କୁହାଯାଇପାରେ ଏବଂ ଏହି ନିୟମଗୁଡିକ ଏପ୍ରିଲ୍ ୧, ୨୦୨୨ ରୁ କାର୍ୟ୍ୟକାରୀ ହେବ।
ସଡକ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, କେନ୍ଦ୍ର ପକ୍ଷରୁ ବହୁତ ଶୀଘ୍ର ରାଜ୍ୟ ସରକାର ଗୁଡିଙ୍କୁ ନୂତନ ସ୍କ୍ରାପ ନୀତି ଅନୁଯାୟୀ ପୁରୁରା ଯାନଗୁଡିକୁ ସ୍କ୍ରାପ କରିବା ପରେ କିଣାଯାଇଥିବା ନୁତନ ଗାଡି ପାଇଁ ରୋଡ ଟ୍ୟାକ୍ସରେ ୨୫ ପ୍ରତିଶତ ଛାଡ କରିବା ପାଇଁ କୁହାଯିବ ।