ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ କଂଗ୍ରେସ ତାର ରଣନୀତି ଆରମ୍ଭ କରିସାରିଛି । ଭୋଟ ଗଣତିକୁ ଆଉ ମାତ୍ର ୫ ଦିନ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଦେଶରେ ଅଣବିଜେପି ସରକାର ଗଢିବାକୁ ଟିଡିପି ସୁପ୍ରିମୋ ଏହି ସାକ୍ଷାତ କରିଛନ୍ତି । କେନ୍ଦ୍ରରେ ବିଜେପିକୁ ବାଦ ଦେଇ ସେ ଅନ୍ୟ ସବୁ ଦଳକୁ ସ୍ୱାଗତ କରୁଥିବା ସୂଚନା ଦେଇଛନ୍ତି । କେନ୍ଦ୍ରରେ ଅଣବିଜେପି ସରକାର ଗଠନ ପାଇଁ ସେ ଆଞ୍ଚଳିକ ଦଳମାନଙ୍କର ମୁଖ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ସେ ବିଏସପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଳେଶ ଜାଦବଙ୍କୁ ଆଜି ଭେଟିବାରେ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରରେ ଅଣବିଜେପି ସରକାରଙ୍କ ସହିତ ଅନ୍ୟ ଯେଉଁଦଳ ଚାହିଁବ ସେ ତାଙ୍କୁ ସାଦର ସ୍ୱାଗତ କରିବେ ବୋଲି ଜଣାଇଛନ୍ତି ।
ଚନ୍ଦ୍ରବାବୁ ନାଇଡୁ ଗତକାଲି ଏହି ମହାମେଣ୍ଟ ପାଇଁ ଆମଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଓ ସିପିଏମ ସେକ୍ରେଟାରୀ ସୀତାରାମ ୟେଚୁରୀଙ୍କୁ ଭେଟି ଏହି ମହାମେଣ୍ଟ ବିଷୟରେ ଆଲୋଚନା କରିଛନ୍ତି । ସେହିଭଳି ମହାମେଣ୍ଟ ହେଲେ କିଏ ଏଥର ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ପାଇଁ ବିଏସପି ମୁଖ୍ୟ ମାୟାବତୀ ଫିଟ ଅଛନ୍ତି ବୋଲି ସେ ନିଜେ କହିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଉପଯୁକ୍ତ ବୋଲି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟପାତ୍ର କହିଛନ୍ତି ।