ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିଏଏକୁ ବିରୋଧ କରି ଆଜି କଂଗ୍ରେସ ଦିଲ୍ଲୀରେ ସତ୍ୟାଗ୍ରହ ପାଳନ କରୁଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି କୋଲକତାରେ ବିଜେପି ପକ୍ଷରୁ ସିଏଏକୁ ସମର୍ଥନ କରି ଏକ ରାଲି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ।
ସେହିଭଳି ଗତକାଲି ଦିଲ୍ଲୀର ରାମଲୀଲା ମୈଦାନରେ ବିଜେପି ପକ୍ଷରୁ ଧନ୍ୟବାଦ ରାଲି କରାଯାଇଥିଲା । ଯେଉଁଥିରେ ମୋଦି ନିଜ ଅଭିଭାଷଣରେ କହିଥିଲେ ମୋ କୁଶପୁତଳିକା ଯେତେ ଜାଳୁଛ ଜାଳ । ତା ଉପରକୁ ଚପଲ ଫିଙ୍ଗ ସେଥିରେ ଦୁଃଖ ନାହିଁ । ହେଲେ ଦେଶର ସମ୍ପତ୍ତି ନଷ୍ଟ କରନାହିଁ । ନାଗରିକ ସଂଶୋଧନ ଆଇନ ମୁସଲମାନ ମାନଙ୍କ ପାଇଁ ନୁହେଁ । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ । ମୁଁ କୌଣସି ଯୋଜନା ପାଇଁ କହାର ଧର୍ମ ପଚାରି କରେ ନାହିଁ ।