ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାକୁ ଦେଖି ଏବେ ଶତୃପକ୍ଷ ଥରହର । ବେଶି ଆଶଙ୍କାରେ ଏବେ ଶତୃରାଷ୍ଟ୍ର ପାକିସ୍ତାନ । ଦିନକୁ ଦିନ ନୂଆ ନୂଆ ଉପକରଣ ବାୟୁସେନାରେ ସାମିଲ ହେବାକୁ ଲାଗିଛି । ରାଫେଲ, ଆପାଚି, ଚିନୁକ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତଶାଳୀ କରିବେ । ତେବେ ଭାରତ ଏବେ ବିଶ୍ୱର ଶକ୍ତିଶାଳୀ ବାୟୁସେନାଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ୧୫ ଚିନୁକ , ୨୨ ଆପାଚି, ୩୬ ରାଫେଲ ବିମାନ ବାୟୁସେନାରେ ସାମିଲ ହେବ ।
ଭବିଷ୍ୟତରେ ଯଦି କେବେ ଭାରତ ସହ କାହାର ଯୁଦ୍ଧ ହୁଏ ତେବେ ଭାରତୀୟ ବାୟୁସେନା ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏବେ ବାୟୁସେନା ପାଖରେ ମିଗ -୨୧, ମିଗ-୨୭ ଏବଂ ଜାଗୁଆର ଭଳି ଶକ୍ତିଶାଳୀ ବିମାନ ରହିଛି । ବାୟୁସେନା ମିଡିୟମ ହେଲିକପ୍ଟରରେ ଏମଆଇ -୮ , ଏମ ଆଇ ୧୭ , ଏଏନ -୩୨ ଖୁବ ଶିଘ୍ର ଅପଗ୍ରେଡ କରିବ । ସୂଚନାଯୋଗ୍ୟ ଦୁନିଆର ସବୁଠାରୁ ପୁରୁଣା ବାୟୁସେନା ରହିଛି ବ୍ରିଟେନ ପାଖରେ ।
କିନ୍ତୁ ଏବେ ଭାରତୀୟ ବାୟୁସେନା ଶକ୍ତି କ୍ଷେତ୍ରରେ ବ୍ରିଟେନକୁ ବି ପଛରେ ପକାଇ ଦେଇଛି । ଚଳିତ ବର୍ଷ ଭାରତୀୟ ବାୟୁସେନା ଆମେରିକକା ନିର୍ମିତ ଚିନୁକ ହେଲିକପ୍ଟରକୁ ନିଜ ବାୟୁସେନାରେ ସାମିଲ କରିଛି । ବର୍ତ୍ତମାନ ସୁଦ୍ଧା ବାୟୁସେନାକୁ ମାତ୍ର ୪ ଟି ଚିନୁକ ହେଲିକପ୍ଟର ମିଳିଛି । ଯେଉଁ ହେଲିକପ୍ଟର ଦୁର୍ଗମ ଅଞ୍ଚଳରେ ସହଜରେ ପ୍ରତିପକ୍ଷ ଉପରେ ହମଲା କରି ପାରିବ ।