ମୁମ୍ବାଇ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ କରୋନାରେ କଲବଲ ହେଉଛି । ଭାରତ ମଧ୍ୟ ସମ ଦଶା ଭୋଗୁଛି । ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମ ରହିଥିଲେ ସୁଦ୍ଧା ଭାରତ ମଧ୍ୟ କରୋନା ନେଇ ଏକ ବଡ ଆଶଙ୍କା ରାସ୍ତାରେ ଗତି କରୁଛି । ପରିସ୍ଥିତି କେତେବେଳେ କଣ ହେବ ତାହା ପୂର୍ବାନୁମାନ କରାଯାଇ ପାରୁନାହିଁ । ତେବେ ଏହି ମହାମାରୀ ଭାରତେ ୧୨ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ଏହା ଏବେ ଭାରତୀୟ ନୌନୋରେ ପ୍ରବେଶ କରିଛି ।
ଭାରତୀୟ ନୌସେନାର ପାଖାପାଖି ୨୦ କର୍ମଚାରୀ ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଓ୍ୱେଷ୍ଟନ୍ କମାଣ୍ଡଙ୍କ ଅଧିନରେ ଆସୁଥିବା ଏହି ଆଙ୍ଗ୍ରେ ବେସ୍ ଭାରତୀୟ ନୌସେନାକୁ ଲଜେଷ୍ଟିକ୍ ସହାୟତା କରିଥାଏ। ଆକ୍ରାନ୍ତମାନେ ମୁମ୍ବାଇରେ ଓଘଝ ଆଙ୍ଗ୍ରେରେ ନିୟୋଜିତ ଥିଲେ। ଲକ ଡାଉନ ଚାଲୁଥିବା ବେଳେ ସେମାନେ ବାହାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଇ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।
ଏବେ ଏହି ଆକ୍ରାନ୍ତଙ୍କୁ ମୁମ୍ବାଇର କୋଲାବା ଠାରେ ଥିବା ନୌସେନା ଡାକ୍ତରଖାନା ଆଇଏନ୍ଏଚ୍ଏସ୍ ଅଶ୍ବିନୀରେ ଭର୍ତ୍ତି କରାଯାଇଛି। ନୌସେନା ଯବାନଙ୍କ ଟାଭ୍ରେଲ ହିଷ୍ଟ୍ରି ଏବଂ କାହା କାହା ସଂସ୍ପର୍ଶରେ ସେମାନେ ଆସିଛନ୍ତି ସେ ନେଇ ଆରମ୍ଭ ହୋଇଛି ତନାଘନା। ସୂଚନାଯୋଗ୍ୟ ପୂର୍ବରୁ ଭାରତୀୟ ସେନାବାହିନୀରେ ୮ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଥିବା ଜଣା ପଡିଥିଲା।