ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଦ୍ରୁତ ବେଗରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ ଏକ ଲକ୍ଷ ପାର୍ ହୋଇ ସାରିଲାଣି ଆକ୍ରାନ୍ତ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୬୬୫୪ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୧୩୭ ଜଣଙ୍କର ମୃ୍ତ୍ୟୁ ହୋଇଛି । ସେହିଅନୁଯାୟୀ ଏବେ ମୃତୁକଙ୍କ ସଂଖ୍ୟା ୩୭୨୦ କୁ ବୃଦ୍ଧି ହୋଇଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୨୫, ୧୦୧ କୁ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି ।
ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବକ, ବର୍ତ୍ତମାନ ଦେଶରେ ମୋଟ ୬୯,୫୯୭ ସକ୍ରିୟ କେସ ରହିଥିବା ବେଳେ ୫୧,୭୮୩ ଜଣ ସୁସ୍ଥ ହୋଇ ସାରିଲେଣି ଏବଂ ଏପର୍ଯ୍ୟନ୍ତ ୩୭୨୯ ଜଣଙ୍କ ର ମୃତ୍ୟୁ ହୋଇଛି । ଏହାସହିତ ଜଣେ ରୋଗୀ ଦେଶ ବାହାରକୁ ପଳାଇଛନ୍ତି ।