ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆ ଟିଭିର ଚେୟାରମ୍ୟାନ ଏବଂ ଚିଫ୍ ଏଡିଟର ରଜତ ଶର୍ମା ଗତ ଶନିବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଡିଡିସିଏ ର ଲୋକପାଳ ଅବକାଶ ପ୍ରାପ୍ତ ନ୍ୟାୟାଧିଶ ବି ଡି ଅହମଦ ଶ୍ରୀ ଶର୍ମାଙ୍କ ଇସ୍ତଫାକୁ ହୋଲ୍ଡରେ ରଖିବା ସହ କହିଛନ୍ତି କି, ରଜତ ଡିଡିସିଏରେ ଅଧ୍ୟକ୍ଷ ରୂପେ ତାଙ୍କ ଭୂମିକା ଜାରି ରଖନ୍ତୁ ।
ଏହାବ୍ୟତିତ ସେ ଜେନେରାଲ ସେକ୍ରେଟାରୀ ବିନୋଦ ତିହାରୀଙ୍କ ଫେରିବା ଉପରେ ବି ରୋକ ଲଗାଇ ଦେଇଛନ୍ତି । ଲୋକପାଳ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି କି ଶକ୍ତି ଫେରାଇ ଆଣିବା ପାଇଁ ପାରିତ ପ୍ରସ୍ତାବରେ ପ୍ରତିକ୍ରିୟାର ପାଳନ କରାଯାଇ ନାହିଁ ।
ଏହାପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରଜତ ଶର୍ମା କହିଥିଲେ କି, ମୁଁ ଏହି ଇସ୍ତଫା ଦ୍ୱାରା ଡିଡିସିଏ ର ଅସଲି ଚେହେରା ସାମ୍ନାକୁ ଆଣିବାକୁ ଚାହୁଁଥିଲି । ଆଜି ବି ଡିଡସିଏ ସହ ଏଭଳି ଲୋକ ଜୋଡି ହୋଇଛନ୍ତି ଯେଉଁମାନେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ପୂର୍ବରୁ ଖେଳାଳୀଙ୍କୁ ଚୟନ କରିବାରେ ହସ୍ତପେକ୍ଷ କରିଥାନ୍ତି ।
ସେ ଆହୁରୀ ମଧ୍ୟ କହିଥିଲେ କି , ଏହି ଇସ୍ତଫାକୁ ବିପଦ ଘଣ୍ଟି ଭାବେ ଦେଖିବା ଉଚିତ୍, ଯାହାଦ୍ୱାରା ଉଚ୍ଚତମ ନ୍ୟାୟାଳୟ ,କ୍ରିକେଟର ଏବଂ ବିସିଆଇ ସହିତ ସମସ୍ତ ହିତାଧିକାରୀମାନେ ଜାଣିବା ଉଚିତ୍ କି ବ୍ୟକ୍ତିଗତ ସ୍ୱାର୍ଥ ସହ ଜଡିତ କିଛି ଲୋକ ଡିଡିସିଏରେ ଅଛନ୍ତି ।