ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ହିଂସାରେ ମୃତ୍ୟୁ ବରଣ କରିଥିବା ଇଂଟେଲିଜେନ୍ସି ବ୍ୟୁରୋ (ଆଇବି) ର କର୍ମଚାରୀ ଅଙ୍କିତ ଶର୍ମାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କୌଣସି ଗୁଳିମାଡ ବା ପଥରମାଡରେ ଅଙ୍କିତଙ୍କ ମୃତ୍ୟୁ ହୋଇ ନାହିଁ । ବରଂ ତାଙ୍କ ଶରୀରକୁ ବାରମ୍ବାର ଚାକୁ ବା ଛୁରୀରେ ଆକ୍ରମଣ କରାଯାଇଛି । ସବୁଠାରୁ ଅଧିକ ସମୟ ପେଟରେ ଛୁରୀ ଭୁଷା ଯାଇଛି । ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି କି ଅତି ନୃସଂଶ ଭାବେ ଅଙ୍କିତଙ୍କୁ ହତ୍ୟା କରାଯାଇଛି ।
ଫେବୃଆରୀ ୨୬ ରେ ଚାନ୍ଦୱାଗର ଏକ ନଳାରୁ ଅଙ୍କିତ ଶର୍ମାଙ୍କ ମୃତଦେହ ମିଳିଥିଲା । ପୋଷ୍ଟମର୍ଟମ ପରେ ଏବେ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସେହିପରି ଆଇବି କଂଷ୍ଟେବଲ ଅଙ୍କିତ ଶର୍ମାଙ୍କ ଶବକୁ ଗୁରୁବାର ସଂଧ୍ୟାରେ ପୌତ୍ରିକ ଗାଁ ଇଟାୱା ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ଅନ୍ୟପଟେ ଦିଲ୍ଲୀର ନେହେରୁ ବିହାରର ଆମ ଆଦମି ପାର୍ଟିର ନିଗମ ପାର୍ଷଦ ମୋହମ୍ମଦ ତାହିର ହୁସୈନଙ୍କ ଉପରେ ଅଙ୍କିତ ଶର୍ମାଙ୍କ ହତ୍ୟାର ଅଭିଯୋଗ ଲଗାଯାଇଛି । ଅଙ୍କିତଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି କି,ହିଂସା ଅବସରରେ ତାହିର ହୁସୈନ ଏବଂ ତାଙ୍କର ସମର୍ଥକମାନେ ଅଙ୍କିତକୁ ଟାଣି ନେଇ ହତ୍ୟା କରିବା ପରେ ତାଙ୍କୁ ନାଳରେ ପକାଇ ଦେଇଛନ୍ତି ।