ନୂଆଦିଲ୍ଲୀ,(ଏଟିଆରବ୍ୟୁରୋ): ଇଡି ସ୍କାନରରେ ଜେଟ ଏୟାରୱେଜ୍ । ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାରଜେଟ୍ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କର ଥିବା ବିଭିନ୍ନ ଠିକଣାରେ ଅଚାନକ୍ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଫରେନ ଏକ୍ସଚେଞ୍ଜ ଆଇନ୍ରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ଉଠିବା ପରେ ଇଡି ପକ୍ଷରୁ ଏହି ରେଡ କରାଯାଇଥିବା ସୂଚନା ମିଳିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ନରେଶ ଗୋଏଲଙ୍କ ଦିଲ୍ଲୀ ଓ ମୁମ୍ବାଇରେ ଥିବା ଘର ଉପରେ ଇଡି ଆଜି ଚଢ଼ାଉ କରିଛି । ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଅନୁସାରେ ଏହି ଚଢ଼ାଉ କରାଯାଇଛି । ସେପଟେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଜେଟ ଏୟାରୱେଜ୍ ଏବେ ବନ୍ଦ ରହିଛି ।
ଚଳିତବର୍ଷ ଏପ୍ରିଲ ୧୭ରୁ ଏୟାରୱେଜ ସଂସ୍ଥା ତା’ର ଅପରେସନ ବନ୍ଦ କରିଥିଲା । କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସମୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା କଥା ସାମ୍ନାକୁ ଆସିଥିଲା ।