ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାଜୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଗୁଳି ମାରି ଦହନ କରିବା ମାମଲାରେ,ଆଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ସକୁନ୍ ପାଣ୍ଡେୟ ଏବଂ ତାଙ୍କ ପତି ଅଶୋକ ପାଣ୍ଡେୟକୁ ପୋଲିସ୍ ଗିରଫ କରିନେଇଛି ।
ମଙ୍ଗଳବାର ଉଭୟଙ୍କର ଅଦାଲତରେ ସମର୍ପଣର ତାରିଖ ଥିଲା । କିନ୍ତୁ ତାଙ୍କ ଅଧିବକ୍ତା ଅଦାଲତରେ ସମର୍ପଣ କରିବା ପାଇଁ ଗୋଟେ ଦିନ ସମୟ ମାଗିଥିଲେ । ସେଥିପାଇଁ ସମର୍ପଣର ତାରିଖ ଫେବ୍ରୁଆରୀ ୮ନିୟତ କରାଯାଇଛି । ସେପଟେ ସମର୍ପଣ ଖବରକୁ ନେଇ ପୋଲିସ ସଜାଗ ରହିବା ସହ ଲଗାତର ଭାବେ ଲୋକେସନ୍ ଟ୍ରାକ୍ କରିବାରେ ଲାଗିଥିଲା । ଶେଷରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଦିଲ୍ଲୀ ରେ ଗିରଫ କରିଛି ।
ଖବରମୁତାବକ, ଜାନୁଆରୀ ୨୩, ସୌର୍ଯ୍ୟ ଦିବସ ଅବସରରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ନୌରଙ୍ଗାବାଦ ସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମହାତ୍ମାଗାନ୍ଧୀଙ୍କ ଫଟୋକୁ ଗୁଳି ମାରି ଦହନ କରିବାର କାର୍ଯ୍ୟକ୍ରମ କରାଯାଇଥିଲା । ଏହାର ସୂଚନା ପାଇ ପୋଲିସ ପୂଜା ସୁକୁନ୍ ଏବଂ ଅଶୋକ ସୁକୁନ୍ ଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମକଦମା ଦାଖଲ କରିଥିଲା । ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ସାତ ଜଣ ଗିରଫ ହୋଇ ସାରିଲେଣି ।
ଇତି ମଧ୍ୟରେ ପୂଜା ଏବଂ ଅଶୋକଙ୍କ ପକ୍ଷରୁ ଅଦାଲତରେ ଆତ୍ମସମର୍ପଣ କରିବାର ପିଟିସନ୍ ଦାଖଲ କରାଯାଇଥିଲା । ଯାହାକୁ ନେଇ ମଙ୍ଗଳବାର ତାରିଖ ନିୟତ କରାଯାଇଥିଲା । କିନ୍ତୁ ପରେ ସେମାନେ ଆତ୍ମସମର୍ପଣ କରିବା ପାଇଁ ସମୟ ମାଗିଥିବାରୁ ପୋଲିସ ସଜାଗ ହୋଇଥିଲା । ପୋଲିସ ମୁତାବକ, ସେମାନଙ୍କର ଲୋକେଶନ ଲଗାତର ଭାବେ ଅମ୍ବାଲା ଏବଂ ଚଣ୍ଡିଗଡରେ ଦେଖିବାକୁ ମିଳୁଥିଲା । ସଠିକ୍ ସୂଚନା ପାଇ ପୋଲିସ ଦିଲ୍ଲୀରେ ପହଁଚି ନୋଏଡାରେ ସେମାନଙ୍କୁ ଗିରଫ କରିଥିଲା ।