ବାରଣାସୀ (ଏଟିଆର ବ୍ୟୁରୋ); ଆଜି କାଲି ପ୍ରେମର ମାନେ ଦେହର ସମ୍ପର୍କ ଭାବି ନେଇଛନ୍ତି ଅନେକ ପ୍ରେମୀ ଯୁଗଳ । ଏହି କ୍ଷଣିକ ସୁଖ ପାଇଁ ଭଲ ପାଇବାର ନାଟକ କରିଥାନ୍ତି ଅନେକ ଯୁବକ । ମାତ୍ର ସମସ୍ତ ଯୁବତୀଙ୍କୁ ଏଭଳି ସମ୍ପର୍କ ଭଲ ଲାଗି ନଥାଏ । ଏଣୁ ସେମାନେ ପ୍ରେମିକଙ୍କ ଉପରେ ରାଗି ଯାଇଥାନ୍ତି । ତେବେ ,ଭଳି ଏକ ଘଟଣା ଘଟିଛି ଗୁଜୁରାଟର ବାରଣାସୀ ସହରରେ । ପ୍ରେମିକ ଶାରିରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ପ୍ରେମିକା ରାଗି ଯାଇ ପ୍ରେମିକୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି । ମୃତକ ଜଣକ ହେଲେ ଶୀବମ ।
ପୋଲିସ ରିପୋର୍ଟ ଅନୁଯାୟୀ ଶୀବମର ଜଣେ ଯୁବତୀଙ୍କ ସହ ରଙ୍ଗ ନମ୍ବରରୁ ପ୍ରେମ ହୋଇ ଯାଇଥିଲା । ଯୁବତୀଙ୍କୁ ବିବାହ କରିବାକୁ କହି ବହୁତ ଥର ଶାରିରିକ ସମ୍ପର୍କ ରଖିଥିଲା ଶୀବମ । ତେବେ ଶାରିରିକ ସମ୍ପର୍କ ରଖୁଥିବା ସମୟରେ ଭିଡିଓ ଉଠାଇ ମୋବାଇଲରେ ରଖିଥିଲା ଶୀବମ । ପରବର୍ତ୍ତୀ ସମୟରେ ବାହା ନହେବା ପାଇଁ ଯୁବତୀଙ୍କୁ କହିଥିଲା । ତେବେ ଯୁବତୀ ଶୀବମ ଉପରେ ରାଗିକି ରହିଥିଲା । ମାତ୍ର ଶୀବମର ଯେତେ ବେଳେ ଦେହର ସାଥୀ ଦରକାର ହେଉଥିଲା ସେ ଯୁବତୀର ଭିଡିଓ ଭାଇରାଲ କରାଇ ଦେବାର ଭୟ ଦେଖାଇ ବାରମ୍ବାର ସମ୍ପର୍କ ରଖୁଥିଲା ।
ମାତ୍ର ଯୁବତୀ ଜଣକ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା । ଯୁବତୀଙ୍କ ଘରେ କେହି ନଥିବା ଜାଣିବା ପରେ ଶୀବମ ତାଙ୍କ ଘରକୁ ଯାଇଥିଲା । ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଘରେ ପଡିଥିବା ରଡରେ ଶୀବମକୁ ମାରଥିଲା । ପାଟି ଶୁଭିବାର ପରେ ପଡୋଶୀ ଆସି ଦେଖିବା ବେଳକୁ ସବୁ ସରିଯାଇଥିଲା । ଚାଲି ଯାଇଥିଲା ଜୀବନ । ପୋଲିସକୁ ଖବର ଦେବା ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଯୁବତୀଙ୍କୁ ଗିରଫ କରିଛି ।