ଗୋହାଟୀ (ଏଟିଆର ବ୍ୟୁରୋ); ବୁଧବାର ସଂନ୍ଧ୍ୟାରେ ଆସାମର ରାଜଧାନୀ ଗୌହାଟୀରେ ଉଲଫା ଦ୍ୱାରା ହୋଇଥିବା ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୧୧ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଏବେ ପୋଲିସ ଉକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରିଛି । ତେବେ ଘଟଣାକୁ ନେଇ ଉଲଫା ନିଜକୁ ଦାୟୀ କରିଛି । ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ,ଉଲଫା ଆତଙ୍କବାଦୀ ସଂଗଠନ ପୋଲିସ ଏବଂ ଯବାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଇଥିଲା । ଘଟଣାସ୍ଥଳରେ ମୃତୟନ ହୋଇଥିବା ଦୁଇଜଣ ଏସଏସବି ଯବାନ ମୃତ ହୋଇଥିବା ବେଳେ ୯ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ପୋଲିସ ଗୌହାଟୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ।
ବୁଧବାର ରାତି ୮ଟା ୫ରେ ଏକ ମୋଟର ସାଇକେଲ ଯୋଗେ ହେଲମେଣ୍ଟ ପିନ୍ଧି ଆତଙ୍କବାଦୀମାନେ ଆସି ଚିଡିଆଖାନା ରୋଡ ସେଣ୍ଟ୍ରାଲ ମାର୍କେଟ ସମ୍ମୁଖରେ ବିସ୍ଫୋରଣ ଘଟାଇ ଫେରାର ହୋଇଯାଇଥିଲେ । ଆତଙ୍କବାଦୀମାନେ ଗ୍ରେନେଟ ଫିଙ୍ଗବିବାରୁ ଏହି ବିସ୍ଫୋରଣ ଘଟିଥିଲା । ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୯ଜଣଙ୍କ ମଧ୍ୟ ଶିଶୁ ମଧ୍ୟ ରହିଥିଲେ । ତେବେ ଘଟଣାକୁ ନେଇ ଆସାମର ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୋଆଲ ଘଟଣାର ତିବ୍ର ନିନ୍ଦା କରିବା ସହିତ ଘଟଣାର ତଦନ୍ତର ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ,ଗତବର୍ଷ ଅକ୍ଟୋବର ମାସରେ ଆସାମର ରାଜଧାନୀ ଗୌହାଟୀସ୍ଥିତ ପାନ ବଜାରରେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ଜଣ ଆହତ ହୋଇଥିଲେ ।