ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମ୍ନାକୁ ଆସିଲା ଅଜବ ଘଟଣା । ବିବାହ ବାର୍ଷିକ ଅବସରରେ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ପତି । ଏହି ସାମାନ୍ୟ ଭୁଲ୍ ପାଇଁ ରାଗରେ ଆତ୍ମହତ୍ୟା କଲେ ପତ୍ନୀ । ଏଭଳି ଏକ ଅଜବ ଘଟଣା ପୂର୍ବ ଦିଲ୍ଲୀ କେମାନସରୋଭର ପାର୍କ ଅଞ୍ଚଳରେ ଘଟିଛି । ମାତ୍ର ସବୁଠାରୁ ବଡ କଥା ହେଉଛି ପୋଲିସକୁ ମୃତ ଶରୀର ନିକଟରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ଅନ୍ୟପଟେ ଝିଅର ବାପ ଘର ଲୋକ ତାର ଶ୍ୱଶୁର ଘର ଉପରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ପୋଲିସ ଛାନଭିନ୍ କରିବା ସହିତ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରୁଛି ।
ପୋଲିସକୁ ମୃତକଙ୍କ ସ୍ୱାମୀ କହିଛନ୍ତି କି, ସୋମବାର ଦିନ ଆମର ବିବାହ ବାର୍ଷିକ ଥିଲା, ମୁଁ ମୋ ପତ୍ନୀକୁ ଶୁଭେଚ୍ଛା ଜଣାଇବାକୁ ଭୁଲି ଯାଇଥିଲି । ଏହାକୁ ନେଇ ସେ ରାଗି ଥିଲେ । ଏହାପରେ ରାଗରେ ଫାସୀ ଦେଇ ଆତ୍ମହତ୍ୟା କରିଦେଇଛନ୍ତି ।
ଅନ୍ୟପଟେ ମୃତ ଝିଅର ଘର ଲୋକ ଅଭିଯୋଗ କରିଛନ୍ତି କି, ଆମ ଝିଅକୁ ତାର ଶ୍ୱଶୁର ଘର ଲୋକ ଯୌତୁକ ପାଇଁ ସବୁବେଳେ ହଇରାଣ କରୁଥିଲେ । ସେଥିପାଇଁ ଝିଅ ଆତ୍ମହତ୍ୟା କରିଦେଇଛି ।