ମୁମ୍ବାଇ (ଏଟିଆର ବ୍ୟୁରୋ ) ; ଦିନକୁ ଦିନ ବଢିଚାଲିଛି ବେଆଇନ ସୁନା ଚୋରାଚାଲାଣ । ବିଦେଶରୁ ସ୍ୱଦେଶ ଫେରୁଥିବା ଅବା ସ୍ୱଦେଶରୁ ବିଦେଶ ଯାଉଥିବା ଯାତ୍ରୀ ମାନଙ୍କ କ୍ଷେତ୍ର ଏଭଳି ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସୁଛି । କେତେବେଳେ ଗ୍ରାଇଣ୍ଡର ଭିତରେ ସୁନା ଚୋରାଚାଲାଣ ହେଉଛି ତ କେତେବେଳେ ନିଜ ମଳଦ୍ୱାରରେ । ଏଭଳି ଘଟଣା ଆମକୁ ବହୁବାର ଦେଖିବାକୁ ମିଳିସାରିଲାଣି ।
ଆନ୍ତର୍ଜାତୀୟ ବିମାନ ବନ୍ଦର ଗୁଡିକରେ କଷ୍ଟମ ବିଭାଗ ୍ଏପରି ଚୋରାଚାଲାଣ ହେଉଥିବା ଘଟଣାକୁ ଲୋକଙ୍କ ସାମ୍ନାକୁ ଆଣୁଛି । ଅନ୍ୟପଟେ ସୁନାର ଚୋରାଚାଲାଣ ରୋକିବା ନିମନ୍ତେ ଅନେକ ସଜାଗ ରହିଛି କଷ୍ଟମ ବିଭାଗ । ତେବେ ଗତକାଲି ପୁଣି ଏଭଳି ଏକ ସୁନା ଚୋରାଚାଲାଣ ଘଟଣା ସାମ୍ନାକୁ ଆସିଛି । ଜଣେ ଯାତ୍ରୀ ମୋବାଇଲ ଫ୍ଲିପ କଭରରେ ଅଭିନବ ଉପାୟରେ ସୁନା ଚାଲାଣ କରିଥିବାର ନଜରକୁ ଆସିଛି । ପାଖାପାଖି ୨୯୯୭ ଗ୍ରାମର ସୁନାକୁ ସେ ମୋବାଇଲ ଫ୍ଲିପ କଭର ଭିତରେ ଛପାଇ ଚାଲାଣ କରୁଥିବାର ଦେଖାଯାଇଛି ।
ଏପରି ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଘଟିଛି । ଅଭିଯୁକ୍ତ ଜଣକର ନାମ ଜିତେନ୍ଦ୍ର ସୋଲାଙ୍କି ବୋଲି ଜଣାପଡିଛି । ସେ ପାଖାପାଖି ୮୭,୫୧,୨୧୦ଟଙ୍କାର ସୁନା ଚାଲାଣକରିବାକୁ ପ୍ରୟାସ କରିଥିଲେ । ତେବେ ଗୁଇନ୍ଦା ବିଭାଗକୁ ଏସଙ୍କ୍ରାନ୍ତରେ ଖବର ମିଳିବାପରେ ଚଢାଉ ହୋଇଥିଲା । ସେପଟେ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଗିରଫ କରିବାସହ ସମସ୍ତ ସୁନାକୁ ଜବତ କରିଛି ଗୁଇନ୍ଦା ବିଭା୍ଗ ।