ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ); ପ୍ରେମ ଏକ ପବିତ୍ର ସମ୍ପର୍କ । ଏହା କେତେବେଳେ କାହା ସହ ହୋଇଥାଏ ତାହା ଜଣାନଥାଏ । ତେବେ ଉଭୟଙ୍କ ତରଫରୁ ଯଦି ହୋଇଥାଏ ତାହେଲେ ଏହା ସଫଳ ହୋଇଥାଏ । ମାତ୍ର ଏକତରଫା ପ୍ରେମ ଭାରି କଷ୍ଟ ଦାୟକ । ବାରମ୍ବାର ପ୍ରେମ ନିବେଦନ କରିବା ପରେ ଯଦି ଅରାଜି ହୁଏ ତେବେ ପ୍ରେମରେ ହତାସ ହୋଇଥିବା ପ୍ରେମିକ ଘଟାଇ ଥାଏ ଅଘଟଣ । ତେବେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାଣପୁର ଅଞ୍ଚଳରେ । କୁତୁବେଶର ଥାନା ଅନ୍ତର୍ଗତ ନଗଲା ଖୋରୀ ଅଞ୍ଚଳରେ ବାସ କରୁଥିବା କମଲଙ୍କ ଝିଅକୁ ସେହି ଗ୍ରାମର ଦିପୁ ନାମକ ଜଣେ ଯୁବକ ସ୍କୁଲ ଯିବା ବାଟରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ୪ ରାଉଣ୍ଡ ଗୁଳି ଚଳାଇଛି । ଏଥିରେ ଆହତ ହୋଇଥିବା ଛାତ୍ରୀଙ୍କୁ ଉଦ୍ଧାର କରିବା ପରେ ମେଡିକାଲରେ ଭତ୍ତି କରାଯାଇଛି ।
ଆସନ୍ତା ଡିସେମ୍ବର ୧୨ ତାରିଖରେ ଜୁଲିଙ୍କର ବିବାହ ତାଙ୍କ ବଡ ଭଉଣୀଙ୍କ ଦିଅର ସହ ହବାର ଥିଲା । ଏହି କଥା ଜାଣିବା ପରେ ଦିପୁ ଗୁଳି ଚଳାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବହୁ ଦିନ ଧରି ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ସ୍ୱିକାର କରିନଥିବା ରାଗ ମନରେ ନିଆଁ ଲଗାଇଦେଇଥିଲା । ବାହାଘର ଠିକ ହୋଇଯାଇଥିବା ଶୁଣି ପରେ ଦିପୁ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ତେଣୁ ବାଧ୍ୟ ହୋଇ ଗୁଳି ଚଳାଇଥିବା ଖୋଦ ଦିପୁ ପୁଲିସ ଆଗରେ ସ୍ୱୀକାର କରିଛି । ସେ ଯଦି ମୋର ହେବନି ତେବେ ମୁଁ ତାକୁ ଆଉ କାହାର ହେବାକୁ ଦେବିନି ବୋଲି ପୋଲିସ ଆଗରେ ମାନିଛି ଦିପୁ ।