ମୁମ୍ବାଇ (ଏଟିଆର ବ୍ୟୁରୋ): ଚିନ୍ତାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଆଜ୍ଞା ହଁ ଶିଳ୍ପା ସେଟ୍ଟୀ ତାଙ୍କ ଭଉଣୀ ସମିତା ସେଟ୍ଟୀ ଏବଂ ମା ସୁନନ୍ଦା ସେଟ୍ଟୀଙ୍କ ନାଁରେ କୋର୍ଟରେ ମାମଲା ରୁଜୁ ହୋଇଛିି । ପ୍ରକୃତରେ ଶିଳ୍ପାଙ୍କ ପିତା ସୁରେନ୍ଦ୍ର ସେଟ୍ଟୀ ୨୧ଲକ୍ଷ ଟଙ୍କା ଋଣ ନେଇଥିଲେ । ମାତ୍ର ଋଣ ସୁଝି ନପାରିବାରୁ ଏହି ମାମଲାରେ ପରହଦ ଆମରା ନାମକ ଜଣେ ବ୍ୟକ୍ତି ଶିଳ୍ପା , ସମିତା ଏବଂ ସୁନନ୍ଦାଙ୍କ ନାଁ କେସ୍ କରିଛନ୍ତି ।
ପରହଦ ଆମରା ହେଉଛନ୍ତି ଅଟୋମୋବାଇଲ ଏଜେନ୍ସିର ମାଲିକ । ସେ ଅଭିଯୋଗ କରିଛନ୍ତି କି, ୨୦୧୫ରେ ସୁରେନ୍ଦ୍ର ସେଟ୍ଟୀ ତାଙ୍କ ଠାରୁ ଋଣ ନେଇଥିଲେ ଏବଂ ୨୦୧୭ ସୁଧା ସେହି ଋଣ ସୁଝିବାର ଥିଲା । ମାତ୍ର ଏବେ ଶିଳ୍ପା, ସମିତା ଏବଂ ତାଙ୍କ ମା ଏହି ଋଣ ସୁଝିବାକୁ ସିଧାସଳଖ ମନା କରିଛନ୍ତି । ଆଗାମୀ ଜାନୁଆରୀ ୨୯ରେ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ କୋର୍ଟରେ ଏହି ମାମଲାରେ ଶୁଣାଶି କରାଯିବ ।
ଖବରମୂତାବକ, ପରହାଦ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି କି ତାଙ୍କଠାରୁ ୨୧ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ । ଚେକ୍ ଟି ସୁରେନ୍ଦ୍ରଙ୍କ କମ୍ପାନୀ ନାଁରେ ଥିଲା । ଏହାସହିତ ଏହି କମ୍ପାନୀର ପାର୍ଟନର ସୁରେନ୍ଦ୍ରଙ୍କ ଝିଅ ଏବଂ ପତ୍ନୀଙ୍କ ନାଁ ରେ ଥିଲା । ମାତ୍ର ଋଣ ସୁଝିବା ପୂର୍ବରୁ ଅକ୍ଟୋବର ୧୧,୨୦୧୬ରେ ସୁରେନ୍ଦ୍ରଙ୍କର ପରଲୋକ ହୋଇଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତି ଶିଳ୍ପା ଏବଂ ତାଙ୍କ ମା’ ଋଣ ସୁଝି ନାହାନ୍ତି ।