ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ମହିଳାଙ୍କ ଲଣ୍ଡନର ବୋଲି ଜଣାପଡିଛି । ତାଙ୍କୁ ଚଣ୍ଡିଗଡର ଏକ ନାମୀ ହୋଟେଲ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ତେବେ ଏହି ଦୁଷ୍କର୍ମ ହୋଟେଲର ଜଣେ କର୍ମଚାରୀ କରିଥିବା ପୋଲିସରେ ଏତଲା ଦେଇଛନ୍ତି ବିଦେଶିନୀ । ଏତଲା ପାଇବା ପରେ ପୋଲିସ ହୋଟେଲକୁ ଯାଇ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛି । ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ମହିଳା ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ରହୁଥିଲେ । ତାଙ୍କ ବନ୍ଧୁ ଜଣକ ବାହାରକୁ ଯିବା ପରେ ସେ ରୁମରେ ଏକାଥିଲେ । ଏବଂ ଫୁଟ ମସାଜ କରିବା ପାଇଁ ଅର୍ଡର ଦେଇଥିଲେ ତେବେ ଫୁଟ ମସାଜ କରିବା ପାଇଁ ଆସିଥିବା କର୍ମଚାରୀଟି ମହିଳାଙ୍କୁ ରୁମରେ ଏକା ଦେଖିବା ପରେ ମନରେ ପାପ ଚିନ୍ତା କରିଥିଲା । ଏକା ପାଇ ମହିଳାଙ୍କ ଉପରେ ପୁରୁଷ ପଣିଆ ଜାହିର କରିବାକୁ ଯାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।
ଦେହର ଭୋକ ମେଣ୍ଟିବା ପରେ ମହିଳାଙ୍କୁ ଭୟଭୀତ କରାଇଥିବା ଅଭିଯୋଗ ଆସିଛି । ଯଦି ଏହି ଘଟଣା ସମ୍ପର୍କରେ କାହା ଆଗରେ କୁହେ ତେବେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ତେବେ ପୁରୁଷ ବନ୍ଧୁ ଆସିବା ପରେ ତାଙ୍କ ଆଗରେ ସବୁ କହିଥିଲେ ଏବଂ ଦୁହେଁ ମିଶି ପୋଲିସରେ ଏତଲା ଦେଇଥିଲେ । ତେବେ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଫେରାର ହୋଇ ଯାଇଥିବା ବେଳେ ମୋବାଇଲ ବନ୍ଦ ରଖିଛି । ମୋବାଇଲ ଅନ କରିବା ପରେ ଅଭିଯୁକ୍ତର ପତ୍ତା ମିଳିବ ବୋଲି ପୋଲିସ ସୂଚନା ଦେଇଛି ।