ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳନ ହେଉଛି ଇଦ । ଧର୍ମ ମାସରେ ରୋଜା ରଖିବା ପରେ ଆଜି ସବୁ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପଢିବା ସହ ଆଲ୍ଲାଙ୍କ ଆଶୀର୍ବାଦ କମାନା କରୁଛନ୍ତି । ହେଲେ ନିଜକୁ ସବୁବେଳେ ସଚ୍ଚା ମୁସଲମାନ ବୋଲି କହୁଥିବା ଆତଙ୍କବାଦୀ କିନ୍ତୁ ଆଜି ଭଳି ପବିତ୍ର ଦିନରେ କରିଛନ୍ତି ନରସଂହାର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜାମ୍ମୁକାଶ୍ମୀର ପୁଲୱାମା ଜିଲ୍ଲା ସିଂଗୁ ଅଞ୍ଚଳରେ ।
ସୂଚନା ମୁତାବକ ଆତଙ୍କବାଦୀ ମାନେ ଆଜି ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସର କହିବା ଅନୁସାରେ ପ୍ରଥମେ ଆତଙ୍କବାଦୀ ମାନେ ନଗୀନା ବାନୋ ନାମକ ଜଣେ ମହିଳାଙ୍କ ଘରକୁ ପସିବାକୁ ଉଦ୍ୟମ କରୁଥିଲେ । ମହିଳା ଜଣଙ୍କ ବାଧା ଦେବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ହମଲାରେ ନଗୀନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତ୍ତର ଭାବେ ଆହାତ ହୋଇଛନ୍ତି ।
Jammu and Kashmir: Stones pelted at security forces near Jamia Masjid in Srinagar; and posters supporting terrorist Zakir Musa and UN designated terrorist Masood Azhar seen in the area. pic.twitter.com/qu7uea90YO
— ANI (@ANI) June 5, 2019
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅପରପକ୍ଷେ ଜମ୍ମୁକାଶ୍ମୀରର ନୈହଟା ଏବଂ ଖାନୟାର ଇଦରେ ନମାଜ ପଢିବା ପରେ କିଛି ଯୁବକ ବିକ୍ଷୋଭ ପ୍ରଦର୍ଶନ କରିବା ସମେତ ଜୈସ ଓ ଲସ୍କର , ଆଇଏସଆଇଏସର ଫ୍ଲାଗ କାର୍ଡ ଧରିଥିଲେ । “କାଶ୍ମୀର ବନେଗା ପାକିସ୍ତାନ’’ର ନାରା ଦେଇଥିଲେ । ଏମିତିକି ପାକିସ୍ତାନ ପତାକା ମଧ୍ୟ ଉଡାଇଥିଲେ । ଘଟଣାକୁ ନେଇ ସୁରକ୍ଷାକର୍ମୀ ଓ ବିକ୍ଷୋଭ କାରୀ ମାନେ ମୁହାଁ ମୁହିଁ ହୋଇଛନ୍ତି ।