ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ‘ଆତ୍ମନିର୍ଭର ଭାରତ ସପ୍ତାହ’ ର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମ ଅପରାହ୍ନ ସାଢେ ତିନିଟାରେ ହେବ ।ଏନେଇ ପ୍ରତିରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏହାପୂର୍ବରୁ ରବିବାର ଡିଜିଟାଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନାଥ ସିଂ କହିଛନ୍ତି କି, ରକ୍ଷା ବସ୍ତୁର ଉତ୍ପାଦକୁ ପ୍ରୋତ୍ସାହନ ପାଇଁ ୧୦୧ ଟି ଉପକରଣର ଆମଦାନୀ ଉପରେ ରକ୍ଷା ମନ୍ତ୍ରାଳୟ ରୋକ ଲଗାଇଛି । ଏହି ନିଷ୍ପତି ଦ୍ୱାରା ରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ପ୍ରୋତ୍ସାହନ ମିଳିବ । ଯେଉଁ ୧୦୧ ଟି ଉପକରଣ ଆମଦାନୀ ଉପରେ ରୋକ ଲଗାଇବାର ନିର୍ଣ୍ଣୟ ନିଆଯାଇଚି, ସେଥିରେ ବଡ ବଡ ମିସାଇଲ ସାମିଲ ଅଛି ।
ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ଆତ୍ମ ନିର୍ଭର ଭାରତର ନିର୍ମାଣ କରାଯିବ । ଯାହା ରୁଟି, କପଡା, ଘର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବି ହେବ ।