ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମାଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ବନ୍ଦୀ ରହିଥିବା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯାଇପାରେ । ଏନେଇ ତିହାର ଜେଲରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ତିହାର ଜେଲରେ ଜହ୍ଲାଦ ନଥିବାରୁ ୟୁପିରୁ ଜହ୍ଲାଦ ଆଣିପାରେ ତିହାର ଜେଲ । ଏଥିପାଇଁ ଉତ୍ତରପ୍ରଦେଶ ଜେଲକୁ ଚିଠି ଲେଖିଛନ୍ତି ତିହାର ଜେଲ କତ୍ଥୃପକ୍ଷ । ସେହିଭଳି ୟୁପି ଜେଲ ମଧ୍ୟ ଏନେଇ ସମସ୍ତ ସହଯୋଗ କରିବ ବୋଲି ଉତ୍ତରରେ କହିିଛି ।
ଅନ୍ୟପଟେ ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ ଫାଶୀ ଏକ ପ୍ରକାର ନିଶ୍ଚିନ୍ତ ହୋଇଛି । ଏଥିପାଇଁ ଦୋଷୀଙ୍କ ଖାଦ୍ୟ ପେୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସେମାନଙ୍କ ରକ୍ତଚାପ କିଭଳି ଠିିକ ରହିବ ସେହି ଅନୁସାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି । ସେମାନେ ମଧ୍ୟ ଜେଲରେ ଏକ ପ୍ରକାର ଖାଦ୍ୟ ଛାଡି ସାରିଲେଣି । ଆସନ୍ତା ୧୬ କିମ୍ବା ୨୯ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ହୋଇଥିବା ୪ ଯୁବକଙ୍କୁ ଫାଶୀ ଦିଆଯାଇପାରେ । ୨୦୧୨ ମସିହା ୧୬ ଡିସେମ୍ବର ରାତିରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ପୂର୍ବରୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି ।