ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଅଶୁ ମାତ୍ର କେଇ ଘଣ୍ଟା ପରେ ସାରା ଦେଶ ପାଳିବ ଦୀପାବଳି । ଏହି ଅବସରରେ ସବୁ ବାଣ ଦୋକାନୀ ଗଦା ଗଦା ବଶଣ ଦୋକାନ ମେଲେଇ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଦୀପାବଳୀ ଏବେ ଦିଲ୍ଲୀ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ପ୍ରଦୂଷଣ ସହର ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଛି ଯେ ସେଠାରେ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବାଣ ଫୁଟାଇବାକୁ ନେଇ କଡା କଟକଣା ଜାରି ହୋଇଛି ।
ସୂଚନା ଅନୁସାରେ ଗତକାଲି ଏୟାର କ୍ୱାଲିଟ ଇନଡେକ୍ସରେ ୩୨୬ ରହିଥିବା ବେଳେ । ଦିଲ୍ଲୀ ୟୁନିଭରସିଟି ଆକଳନ ଅନୁସାରେ ୩୫୭ ରହିଥିବା ବେଳେ ଚାନ୍ଦିନି ଚୌକରେ ୩୭୫ ରହିଥିଲା । ଅବଗତ ନିମନ୍ତେ- ୦ ରୁ ୫୦ ରହିବା ପରିବେଶ ପକ୍ଷେ ଶୁଭଙ୍କର ହୋଇଥିବା ବେଳେ ୫୧ ରୁ ୧୦୦ ସନ୍ତୋଷ ଜନକ, ୧୦୧ ରୁ ୨୦୦ ମଧ୍ୟମ, ୨୦୧ ରୁ ୩୦୦ ପରିବେଶ ପକ୍ଷେ କ୍ଷତି କାରକ, ୩୦୧ ରୁ ୪୦୦ ଭୟଙ୍କର । ୪୦୧ ରୁ ୫୦୦ ଅତି ଭୟଙ୍କର ।
ତେବେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କମ୍ୟୁନିଟି ଦୀପାବଳି ପାଳିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କିଛି କିଛି ସ୍ଥାନରେ ଦୀପାବଳି ପାଳନ କରାଯିବ ଯେଉଁଠି ସମସ୍ତେ ଉପଭୋଗ କରିବେ । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଯେଉଁଠି ଖାଦ୍ୟପେୟ ସମେତ ଲୋକମାନେ ସପିଂଙ୍ଗର ମଜା ଉଠାଇ ପାରିବେ । ଅନ୍ୟପଟେ ଆଜି ଦିଲ୍ଲୀରେ ଲେଜର ଲାଇଟ ଶୋକୁ ଉପରାଜ୍ୟପାଳ ଉଦଘାଟନ କରିବେ ।