ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ ରାଜସ୍ଥାନର ଜୟପୁରରେ ଥିବା ସବାଇ ମାନସିଂହ (ଏସଏମଏସ) ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ ଏଚଆଇଭିି, ସ୍ୱାଇନ୍ ଫ୍ଲ୍ୟୁ ଏବଂ ମ୍ୟାଲେରିଆ ଔଷଧ ଦେଇ ଭଲ କରାଇଛନ୍ତି । ଏହି ମହିଳାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।
ରିପୋର୍ଟ ମୁତାବକ, ଏକ ୨୩ ଜଣିଆ ଇଟାଲିଆନ୍ ଟିମ୍ ରାଜସ୍ଥାନ ଆସିଥିଲେ । ସେମାନଙ୍କ ମଧ୍ୟରେ ଏହି ମହିଳା ଜଣକ ସାମିଲ ଥିଲେ । ଏହି ଗ୍ରୁପ୍ ର ଅନେକ ଲୋକଙ୍କ ଠାରେ କରୋନା ପଜେଟିଭ୍ ବାହାରିଥିଲା । ସବୁଠାରୁ ବଡ କଥା ହେଉଛି ଏହି ମହିଳାଙ୍କ ସ୍ୱାମୀଙ୍କଠାରେ ବି କରୋନା ଭାଇରସ ପଜେଟିଭ୍ ବାହାରିଛି ।
ଏସଏମଏସ ମେଡିକାଲ କଲେଜ ଅନୁଯାୟୀ, ଆମେ ସାମାନ୍ୟ ପ୍ରୋଟୋକଲ ଫଲୋ କରି ମହିଳାଙ୍କର ଚିକିତ୍ସା କରିଥିଲୁ ଏବଂ ସେ ଠିକ୍ ହୋଇଗଲେ । ଏହା ଏସଏମଏସ ହସ୍ପିଟାଲର ଡାକ୍ତରଙ୍କ ପାଇଁ ବଡ ଉପଲବ୍ଧି ।
ମାତ୍ର ଦୁଃଖର ବିଷୟ ମହିଳା ଜଣଙ୍କର ପତି ଏବେ ବି କରୋନା ଆକ୍ରାନ୍ତରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ହୋଇନାହିଁ ।