ରାମପୁର(ଏଟିଆର ବ୍ୟୁରୋ):ଏକ କାର ଓ ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ରାମପୁର ଶାହବାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ବସ ଯାତ୍ରୀଙ୍କୁ ନେଇ ରାମପୁର ଶାହବାଦ ରାସ୍ତା ଦେଇ ଯାଉଥିଲା । ହଠାତ ଏକ କାର ସାମ୍ନାରୁ ଆସି ବସ ସମ୍ମୁଖକୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତ କଡରେ ଥିବା ଏକ ଗଛରେ ପିଟି ହୋଇଥିଲା ।
Rampur: Five dead in a collision between a car & a bus in Shahabad, today. pic.twitter.com/q3WWTfR89S
— ANI UP (@ANINewsUP) February 26, 2020
ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ରାମପୁର ଥାନା ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଏହା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବେଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡିନାହିଁ । ପୋଲିସ କହିବା ଅନୁସାରେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିଲେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।