ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍ ଲଗାତର ଭାବେ ନୂଆ ନୂଆ ଫିଚର ଟେଷ୍ଟିଂ କରିଥାଏ । ଏଥରକ ପୁଣି ସ୍କ୍ରିନସର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଏକ ପ୍ରିଭ୍ୟୁ ଫିଚର ଦେଖିବାକୁ ମିଳିଛି । ହୁଏତ ଫେସବୁକ୍ ପେଜ୍ ପାଇଁ ଏବଂ ଆଡମିନ୍ସକୁ ଏହାର ଫାଇଦା ମିଳିବ । ଏହି ଫିଚରକୁ ଆପଣ ଯେକୌଣସି ପୋଷ୍ଟ ପୂର୍ବରୁ ବ୍ୟବହାର କରି ପାରିବେ ।
ଆପଣମାନେ ଦେଖିପାରିବେ କି ଫେସବୁକ୍ ପେଜ୍ ରେ ପୋଷ୍ଟ କରିବା ସମୟରେ କିଛି ଅପସନ୍ ରହିଛି । ଏହି ଅପସନ୍ ମଧ୍ୟରୁ ସେୟାର ନାଓ ଅପସନ୍ ପାଖରେ ଏକ ପ୍ରିଭ୍ୟୁ ଅପସନ୍ ରହିଛି । ଏହାର ଅର୍ଥ ଫେସବୁକ୍ ପେଜର ଆଡମିନ୍ ଜଣକ ପୋଷ୍ଟକୁ ରେଡି କରିସାରିବା ପରେ ଏହାକୁ ପ୍ରିଭ୍ୟୁ କରିକି ଦେଖି ପାରିବେ । ଆପଣ ଏଥିରୁ ଜାଣିବ ପାରିବେ ଯେ ପୋଷ୍ଟଟି ଅପଡେଟ୍ ହେବା ପରେ କିଭଳି ଦେଖାଯିବ ।
ବେଳେ ବେଳେ ପୋଷ୍ଟ କରିବା ପରେ ପେଜ୍ ଆଡମିନ୍ସକୁ ସେଥିରେ କିଛି ପରିବର୍ତ୍ତନ ପାଇଁ ଆବଶ୍ୟକତା ପଡିଥାଏ । ଏଭଳି ଏଥିପାଇଁ ହୋଇଥାଏ କାରଣ ପୋଷ୍ଟ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ କ୍ଳିୟର ହୋଇନଥାଏ କି ପୋଷ୍ଟ ପରେ କିଭଳି ଦେଖାଯିବ । ଖାସ୍ କରିକି ଏହା ସେତେବେଳେ ହୋଇଥାଏ ଯେତେବେଳେ କିଛି ଫଟୋ, ଭିଡିଓ ଏବଂ ଟେକଷ୍ଟ ଏକାସାଥୀରେ ଅପଲୋଡ ହୋଇଥାଏ ।
ଏହି ଫିଚର ସାଧାରଣ ୟୁଜର୍ସଙ୍କ ପାଖରେ କେବେ ଉପଲବ୍ଧ ହେବ ସେନେଇ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ଏବଂ ଫେସବୁକ୍ ପକ୍ଷରୁ ମଧ୍ୟ ଏହି ଫିଚର ବିଷୟରେ କୁହାଯାଇ ନାହିଁ ।
ସେପଟେ ଟ୍ୱିଟର ୟୁଜର୍ସ ଅହମ ଗନୀମ ତାଙ୍କ ଆକାଉଣ୍ଟରେ କିଛି ସ୍କ୍ରିନ୍ ସର୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ଫେସବୁକ୍ ଏକ ନୂଆ ପ୍ରିଭ୍ୟୁ ବଟନ୍ ଆଡ କରିଛି ଯାହାଦ୍ୱାରା ଆପଣ ପୋଷ୍ଟ କରିବା ପୂର୍ବରୁ ଦେଖି ପାରିବେ । ଏହି ଫିଚର ଏବେ ଡେକ୍ସଟପ୍ ଏବଂ ମୋବାଇଲରେ ସପୋର୍ଟ କରୁଛି ।
#Facebook add new preview button to preview your post before posting it supporting desktop preview & mobile preview@MattNavarra pic.twitter.com/ejTN9BN2Az
— Ahmed Ghanem (@ahmedghanem) June 17, 2019