ଜାମ୍ମୁୁକାଶ୍ମୀର ( ଏଟିଆର ବ୍ୟୁରୋ): ୧୯୪୭ ସାରା ଭାରତ ପାଇଁ ଏକ ସ୍ମରଣୀୟ ଦେଶ । ପ୍ରତ୍ୟକ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ୨୦୦ ବର୍ଷ ଧରି ଭାରତକୁ ଗୋଲାମ କରି ରଖିଥିବା ଇଂରେଜ ଛାଡିଥିଲେ ଭାରତ । ସ୍ୱାଧୀନତା ମିଳିଥିଲା ଭାରତକୁ । ଯେତେବେଳେ ସ୍ୱାଧୀନତାର ଖୁସୀରେ ପୁର ଦେଶ ଖୁସୀ ମନାଉ ଥିଲା ସେତେବେଳେ କିନ୍ତୁ କାଶ୍ମୀରରେ ଜଳୁଥିଲା ନିଆଁ । ସବୁ ଗଡଜାତ ରାଜ୍ୟ ଯେତେବେଳେ ଗୋଟିଏ ଡୋରୀରେ ବାନ୍ଧି ହେଲା ସେତେବେଳେ ରାଜା ହରି ସିଂ ନିଜ ହାତରେ ରଖିଥିଲେ ଜାମ୍ମୁକାଶ୍ମୀରକୁ । ପାକିସ୍ତାନ କାଶ୍ମୀରକୁ ନେବା ପାଇଁ ଜୋରଦାର ଲଢେଇ ଆରମ୍ଭ କରିଥିଲା ।
ପାକିସ୍ତାନର ଏହି ଆକ୍ରମଣରେ ଚିନ୍ତିତ ହୋଇ ପଡିଥିଲେ ହରି ସିଂ । ତଥାପି ସେ ନିଜ ଜିଦିରେ ଅଟଳ ରହିଥିଲେ ଏବଂ କାଶ୍ମୀରକୁ ସ୍ୱତନ୍ତ୍ର କରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ବା ପାକିସ୍ତାନ କାହାର ଆଧିପତ୍ୟ ସେ ଚାହୁଁନଥିଲେ ।ସେ ଚାହୁଥିଲେ ସ୍ବିଜରଲାଣ୍ଡ ସହର ଭଳି କାଶ୍ମୀରକୁ କରିବାକୁ । କାଶ୍ମୀରକୁ ଅଲଗା ଦେଶ କରିବାକୁ ସେ ଇଚ୍ଛା ରଖିଥିଲେ । ସେତେବେଳେ କିନ୍ତୁ ସବୁଠାରୁ ବଡ ସମସ୍ୟା ରହିଥିଲା କାଶ୍ମୀରକୁ ସମ୍ଭାଳିବା ବା ସୁରକ୍ଷା ଦେବା । ଯାହା ତାଙ୍କ କ୍ଷମତା ବାହାରେ ରହିଥିଲା । ପାକିସ୍ତାନର ଲୋଲୁପ ଦୃଷ୍ଟି କାଶ୍ମୀର ଉପରେ ପଡିସାରିଥିଲା । ସ୍ବାଧୀନତା ପରେ କାଶ୍ମୀରରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ।
ଏହି ସମସ୍ୟା ଉପରେ ଆଲୋଚନା କରିବା ପାଇଁ ମାଉଣ୍ଟବେଟନ ଦିଲ୍ଲୀରେ ରାଜା ହରି ସିଂହଙ୍କୁ ଅପେକ୍ଷା କରିଥାନ୍ତି। ରାଜା ହରି ସିଂହଙ୍କ ପାଖକୁ ମାଉଣ୍ଟବେଟନ୍ ଖବର ପଠାଇଥିଲେ ମାତ୍ର ମାଉଣ୍ଟବେଟନଙ୍କ ପାଖକୁ ଗଲେ କାଶ୍ମୀର ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାକୁ ତାଙ୍କୁ ବାଧ୍ୟ କରାଯାଇପାରେ ବୋଲି ରାଜା ହରି ସିଂଙ୍କ ରହିଥିଲା ଭୟ । ସେଥିପାଇଁ ପେଟ ଯନ୍ତ୍ରଣା ବାହାନା ଦେଖାଇ ରାଜା ହରି ସିଂହ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି ମନା କରିଦେଇଥିଲେ।
ମାତ୍ର ରାଜା ହରି ସିଂ ଙ୍କ ଆଶଂକା ଥିଲା ଯେ, ସେ ଅକ୍ତିଆର କରିଥିବା ଅଞ୍ଚଳ ଭାରତ ଓ ପାକିସ୍ତାନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ହେଲେ ପାକିସ୍ତାନର ତାଡନା ଓ ଆକ୍ରମଣ ବାଧ୍ୟ କରିଥିଲା ରାଜା ହରି ସିଂଙ୍କୁ ଭାରତ ସହିତ ମିଶିବା ପାଇଁ। ଶେଷରେ ସେଇଆ ହେଲା ଭାରତ ସହିତ ଲିନ ହେଲା କାଶ୍ମୀର। ଭାରତ ପାକିସ୍ତାନ ସହ ଯୁଦ୍ଧ କରି କାଶ୍ମୀରକୁ ସୁରକ୍ଷିତ କରିଥିଲା । ହେଲେ ସେତେବେଳକୁ ପାକିସ୍ତାନ କାଶ୍ମୀରର କିଛି ଅଂଶ ଅକ୍ତିଆର କରିସାରିଥିଲା । ଯାହାକୁ ଏବେ ପାକ ଅଧିକୃତ କାଶ୍ମୀର ବା ପିଓକେ ବୋଲି କୁହାଯାଉଛି ।