ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେନା ମୁଖ୍ୟ ବିପିନ ରାୱତ ହେଲେ ଚିଫ ଅଫ ଡିଫେନ୍ସ ଷ୍ଟାଫ । ଆଜି ଏନେଇ ଘୋଷଣା ହୋଇଛି । ଅବସର ନେବାକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ମନୋନୀତ ହୋଇଚନ୍ତି ବିପିନ ରାୱତ । ସିଡିଏସ ପଦବୀ ପାଇଁ ବହୁ ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ରାୱତଙ୍କ ନାମ ସବୁଠାରୁ ଆଗରେ ରହିଥିଲା ।
ସୂଚନାଯୋଗ୍ୟ ସିଡିଏସ ପଦ ପାଇଁ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ ତରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ସିଡିଏସ ଏକ ନୂଆ ବିଭାଗ ହେବ । ଯେଉଁ ବିଭାଗ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବ । ଏହା ତିନି ସେନାକୁ ନିୟନ୍ତ୍ରଣ କରିବ ନାହିଁ କିନ୍ତୁ ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବ ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।