ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ ରାମଙ୍କ ସହ ଜଡିତ ତୀର୍ଥସ୍ଥାନ ପରିଦର୍ଶନ କରିବା ପାଇଁ ଆଇଆରସିଟିସି ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନର ଶୁଭାରମ୍ଭ କରିଛି। ୭ ନଭେମ୍ବରରେ ଦେଶର ପ୍ରଥମ ରାମାୟଣ ସର୍କିଟ ଟ୍ରେନ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ବାହାରିଛି। ଏହା ଭାରତୀୟ ରେଳବାଇର ଏକ ଅଭିନବ ପ୍ରୟାସ, ଯାହା ଯାତ୍ରୀମାନଙ୍କୁ ଆଗାମୀ ୧୭ ଦିନ ମଧ୍ୟରେ ଅଯୋଧ୍ୟା, ସୀତାମାରି ଏବଂ ଚିତ୍ରକୋଟ୍ ଇତ୍ୟାଦି ପ୍ରଭୁ ଶ୍ରୀ ରାମଙ୍କ ଜୀବନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରାଇବ ।
ଏହି ଯାତ୍ରା ର ପ୍ରଥମ ଷ୍ଟପ ହେବ ଅଯୋଧ୍ୟା, ଭଗବାନ ଶ୍ରୀ ରାମଙ୍କ ଜନ୍ମ ସ୍ଥାନ । ଏହା ସୀତାମାରୀ ଯେଉଁଠାରେ ଜାନକୀଙ୍କ ଜନ୍ମ ସ୍ଥାନ ଏବଂ ନେପାଳର ଜନକପୁରର ରାମ ଜାନକୀ ମନ୍ଦିର ପରିଦର୍ଶନ କରାଯିବ ଜ୍ଝ ଟ୍ରେନର ପରବର୍ତ୍ତୀ ଷ୍ଟପ କାଶୀ ହେବ, ଯେଉଁଠାରୁ ପର୍ୟ୍ୟଟକମାନେ ସୀତା ସମହିତ ସ୍ଥଳ, ପ୍ରୟାଗ, ଶ୍ରୀଙ୍ଗଭରପୁର ଏବଂ ଚିତ୍ରକୋଟ ସହିତ କାଶୀଙ୍କ ପ୍ରସିଦ୍ଧ ମନ୍ଦିରକୁ ଯାତ୍ରା କରିବେ ।
ଏହି ଟ୍ରେନ୍ ଧାର୍ମିକ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବାରେ ଏବଂ କୋଭିଡ -୧୯ ସହ ଜଡିତ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଟ୍ରେନ ମାଧ୍ୟମରେ ଘରୋଇ ପର୍ୟ୍ୟଟନକୁ ପୁଣିଥରେ ଆରମ୍ଭ କରିବାରେ ସହାୟକ ହେବ। ଏନେଇ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) କହିଛି ଯେ, ନଭେମ୍ବର ୭ ରୁ ଏଭଳି ଏକ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ରାମାୟଣ ସର୍କିଟ ଟ୍ରେନ୍ ନଭେମ୍ବର ୭ ରେ ନୂଆଦିଲ୍ଲୀରୁ ବାହାରିଥିଲା। ଏହା ପରେ, ବର୍ତ୍ତମାନ ଅନ୍ୟ ଚାରିଟି ଟ୍ରେନ୍ ମଧ୍ୟ ଚାଲିବ ।