ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଢୁଛି ବନ୍ଦେ ଭାରତ ଏକ୍ସପ୍ରେସର କ୍ରେଜ୍ । ଯାହାର ପ୍ରଭାବ ଏବେ ବିମାନ ଉପରେ ପଡିଛି । ହ୍ରାସ ପାଉଛି ବିମାନ ଟିକେଟ ଦାମ୍ । ଏବେ ବିମାନ ଟିକେଟ ଦାମ୍ ୨୦ ରୁ ୩୦ ପ୍ରତିଶତ କମ୍ ହୋଇଛି । ଅଧିକ ମାତ୍ରାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିବା ଦ୍ୱାରା ଏୟାର ଟ୍ରାଫିକ ଉପରେ ପ୍ରଭାବ ପଡିଛି ।
ସୂଚନାମୁତାବକ, ମଧ୍ୟ ରେଲୱେ ମଖ୍ୟ ଜନସମ୍ପର୍କ ଅଧିକାରୀ ଶିବରାଜ ମାନସପୁରୀ ଙ୍କ କହିବାନୁଯାୟୀ, ବନ୍ଦେ ଭାରତ ଟ୍ରେନ ଚାଲିବା ପରେ ଏୟାର ଟ୍ରାଫିକ ୧୦-୨୦ ପ୍ରତିଶତ କମ ହୋଇଛି । ତେବେ ଦେଶର ୩୪ ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ରେଲୱେ ଲଗାତାର ବନ୍ଦେ ଭାରତ ଯାତ୍ରୀଙ୍କ ସଂଖ୍ୟା ବଢାଇବା ପାଇଁ ଚେଷ୍ଟା କରୁଛି ।